Latest Odisha News

ରୁଷର କାର୍ଗୋ ଶିପ ଫ୍ରାନ୍ସ କବଜାରେ

ମସ୍କୋ: ୟୁକ୍ରେନ ଉପରେ ରୁଷ ଘନ ଘନ ଆକ୍ରମଣ ଜାରୀ ରଖିଛି । ତୃତୀୟ ଦିନ ସୁଦ୍ଧା ରୁଷ ସେନା ୟୁକ୍ରେନର ବ୍ୟାପକ କ୍ଷତି ଘଟାଇଛନ୍ତି । ସିଏନଏନ ମୁତାବକ ଶନିବାର ସନ୍ଧ୍ୟାରେ ଫ୍ରାନ୍ସା ନେଭି ରୁସର ଏକ କାର୍ଗୋ ଶିପକୁ ଇଂଲିଶ ଚ୍ୟାନେଲ ନିକଟରେ କବଜା କରି ନେଇଛି । ପ୍ରଥମ ଥର ପାଇଁ ରୁଷ ସମ୍ମୁଖକୁ ପରୋକ୍ଷରେ ଫ୍ରାନ୍ସ ଆସିଛି । ଏହି କାର୍ଗୋ ଶିପରେ ଇଲୋକ୍ଟ୍ରୋନିକ ପଦାର୍ଥ ଥିବା ଜଣାପଡିଛି ।

ଅପରପକ୍ଷରେ ରୁଷ ୟୁକ୍ରେନ ସମୁଦ୍ର ସୀମାରେ ଥିବା ଜାପାନର ଏକ ଜାହଜ ଉପରକୁ ମିସାଇଲ ଆକ୍ରମଣ କରିଛି । ଜାହଜରେ ନିଆଁ ଲାଗି ଯାଇଛି । ଜାପାନ ଓ ରୁଷ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଆସି ନାହିଁ । ସେହିପରି ନାଟୋ ଯଦି ୟୁକ୍ରେନକୁ ସହଯୋଗ କରେ ତେବେ ଆମେ ପରୁମାଣୁ ଅସ୍ତ୍ର ବ୍ୟବହାର କରିବାକୁ ପଛାଇବୁ ନାହିଁ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି ।

Comments are closed, but trackbacks and pingbacks are open.