Latest Odisha News

BREAKING NEWS

ରାଷ୍ଟ୍ରୀୟଗାନକୁ ସମ୍ମାନ ନ’ଦେଇ ଦଣ୍ଡିତ ହେଲେ ଫ୍ରାନ୍ସ ଖେଳାଳି !

ବେଜିଂ: ଚୀନରେ ରାଷ୍ଟ୍ରୀୟ ସଙ୍ଗୀତଙ୍କୁ ସମ୍ମାନ ନ ଦେବା ଫଳରେ ଫ୍ରାନ୍ସ ବାସ୍କେଟବଲ ଖେଳାଳି ଗୁସଚେନ ୟାବୁସେଲଙ୍କୁ ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି ।

ଏହି ଫ୍ରାନ୍ସ ଖେଳାଳିଜଣକ ଚାଇନା ବାସ୍କେଟବଲ ଆସୋସିଏଶନ ସହ ଜଡିତ । ସ୍ଥାନୀୟ ଏକ କ୍ଲବ ମ୍ୟାଚ ପୂର୍ବରୁ ଚାଇନାର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ସାଥୀ ଖେଳାଳିମାନେ ଜାତୀୟ ପତାକାକୁ ଅନାଇଥିବା ବେଳେ ୟାବୁସେଲ ଏହି ସମୟରେ ମୁଣ୍ଡ ତଳକୁ କରି ରହିଥିଲେ । ଟିଭି ଫୁଟେଜରୁ ଏହା ଜଣାପଡିବା ପରେ ୯୯୪୫୬ ଅର୍ଥ ଜରିମାନା କରାଯାଇଥିଲା । ତେବେ ଏଥିନେଇ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ସେ ଜଣେ ବିଦେଶୀ ଖେଳାଳି ହୋଇଥିବାରୁ ତାଙ୍କ ଉପରେ ଦଣ୍ଡାଦେଶ ଉଚିତ ନୁହେଁ ବୋଲି ଅନେକ ୟୁସର୍ଜ ଲେଖିଛନ୍ତି ।

ୟାବୁସେଲ ମଧ୍ୟ ଜାତୀୟ ସଙ୍ଗୀତକୁ ଅପମାନ କରି ନାହାନ୍ତି ବୋଲି ଚାଇନା ପ୍ରଶଂସକଙ୍କୁ କହିଛନ୍ତି । ସେ ସମୟରେ ମୁଁ ମୁଣ୍ଡ ତଳକୁ କରି ଏହା ଗାନ କରିବାକୁ ଚେଷ୍ଟା କରୁଥିଲି ବୋଲି କହିଛନ୍ତି । ପୂର୍ବରୁ ବ୍ରାଜିଲର ଶେଂଡଗ ଲୁନେଂଗ ମଧ୍ୟ ଏଥିନେଇ ଗୋଟିଏ ମ୍ୟାଚରୁ ବାସନ୍ଦ ହୋଇଥିଲେ ।

Leave A Reply

Your email address will not be published.