ମହାଭାରତର ଧର୍ମ ଓ ଅଧର୍ମ, ସତ୍ୟ ଓ ଅସତ୍ୟର ଯୁଦ୍ଧ ରେ କୌରବ ଓ ପାଣ୍ଡଵମାନଙ୍କ ର ସେନା ଯେତେବେଳେ ପରସ୍ପର ସମ୍ମୁଖୀନ ହେଲେ ସେତେବେଳେ ଅର୍ଜୁନଙ୍କର ସାରଥୀ ଶ୍ରୀକୃଷ୍ଣ ରଥକୁ ନେଇ ଦୁଇ ସେନା ଙ୍କ ମଧ୍ୟଭାଗରେ ଛିଡା କରିଦେଲେ । ଯେଉଁଠି ଅର୍ଜୁନ ସିଧାସଳଖ ଭୀଷ୍ମ ପିତାମହ , ଗୁରୁ ଦ୍ରୋଣଚର୍ୟ୍ୟ ,କୃପଚାର୍ୟ୍ୟ ଏବଂ ନିଜ ଭାଇ,ସମ୍ପର୍କୀୟ ଙ୍କ ସମ୍ମୁଖରେ ଛିଡା ହୋଇପାରିବେ ।
ଅର୍ଜୁନ ଏସବୁ ଦେଖି ହାଡ଼ବଡ଼ଇ ଗଲେ ।ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଈଁ ନିଜର ଅକ୍ଷମତା ପ୍ରକାଶ କରିଲେ ।ଯୁଦ୍ଧରେ ନିଜ ସାଙ୍ଗ, ସାଥୀ ମାନଙ୍କ ର ମୃତ୍ୟ ହୋଇଯିବା ଜାଣି ଅତି ମନଦୁଃଖରେ ସେ ଯୁଦ୍ଧ କରିପାରିବେନି ବୋଲି ସଖା କୃଷ୍ଣଙ୍କୁ ଜଣାଇଲେ । ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ଅତ୍ୟନ୍ତ ବିଷାଦଗ୍ରସ୍ତ ଅବସ୍ଥାରେ ହିଁ ଥିଲେ । ଏପରି ଯୁଦ୍ଧର କୌଣସି ମୁଲ୍ୟା ନାହିଁ ଆଉ ଏପରି ବିଜୟକୁ ନେଇ କୌଣସି ଭାବରେ ସେ କୌଣସି ଖୁସି ମନେଇପାରିବେ ନାହିଁ ବୋଲି ନିଜ ମନର କଥା କହିଲେ ।ଏହା କହି ସେଇ ଯୁଦ୍ଧ ଭୂମିରେ ନିଜର ଅସ୍ତ୍ର ଶସ୍ତ୍ର କୁ ରଖି ଦେଇ ପ୍ରଭୁ କୃଷ୍ଣ ଙ୍କର ଉପଦେଶ ବା ପରାମର୍ଷ ନେବାକୁ ଚାହିଁଲେ ।
ଏଇ କାରଣରୁ ସେତେବେଳେ ଗୀତ ଜନ୍ମଲାଭ କରିଲା । ପ୍ରଭୁ କୃଷ୍ଣ, ଅର୍ଜୁନଙ୍କୁ ଯେଉଁ ଉପଦେଶ ଦେଲେ ତାହାକୁ ମହର୍ଷି ବ୍ୟାସ ଲିପିବଦ୍ଧ କରିଥିଲେ ।
ସେଇ ଉପଦେଶ ଅନୁସାରେ ଭଗବାନ କୃଷ୍ଣ, ଅର୍ଜୁନଙ୍କୁ କହିଲେ ଯେ, ତୁମର ଶତ୍ରୁ ତ ମାନବ ଶରୀର ଅଟେ । ତୁମେ ତ ଶରୀରକୁ ଅନ୍ତ କରିବ, ଆତ୍ମା କୁ ନୁହେଁ । ମୃତ୍ୟୁ ପରେ ସବୁ ଆତ୍ମା ପରମାତ୍ମା ଙ୍କ ସହ ବିଲୀନ ହୋଇଯିବ । ଶରୀରର ମୃତ୍ୟୁ ଅଛି କିନ୍ତୁ ଆତ୍ମା ଅମର ଅଟେ । ଆତ୍ମା କୁ କିଏ ବି ମରିପାରିବ ନାହିଁ କି ନଷ୍ଟ ବି କରିପାରିବ ନାହିଁ । ପୁଣି ଏଇ ସମୟରେ ଶ୍ରୀକୃଷ୍ଣ ପରମତତ୍ୱ ର ସେଇ ପ୍ରକୃତି କୁ ଦର୍ଶନ ଜରାଇଲେ ଯେଉଁଥିରେ ପୁରା ବ୍ରହ୍ମାଣ୍ଡ ରହିଛି । ଅର୍ଥାତ ନିଜର ବିରାଟ ରୁପକୁ ଅର୍ଜୁନଙ୍କୁ ଦେଖାଇଲେ । ଏହାର କାରଣ ଥିଲା ଯେ, ଅର୍ଜୁନ ବିଧିର ବିଧାନ ଓ ନିର୍ଦେଶ କୁ ଜାଣିବା ଉଚିତ ।
କର୍ମ ଯୋଗର ଏଇ ସାରକୁ ଅର୍ଜୁନ ବୁଝିସାରିବା ପରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ଯେଉଁ ଦିନ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଲେ ସେଇ ଦିନ କୁ ଗୀତ ଜୟନ୍ତୀ ରୂପରେ ପାଳନ କରାଯାଇ ଆସୁଛି।
Comments are closed.