Latest Odisha News

BREAKING NEWS

ଆଜି ଭାରତକୁ ୨୮ ଟନ୍ ଚିକିତ୍ସା ସାମଗ୍ରୀ ପଠାଇବ ଫ୍ରାନ୍ସ

ନୂଆଦିଲ୍ଲୀ: ରବିବାର ଦିନ ଫ୍ରାନ୍ସ ଭାରତକୁ ୨୮ ଟନ୍ ଚିକିତ୍ସା ସାମଗ୍ରୀ ପଠାଇବ। ଯେଉଁଥିରେ ଆଠଟି ବଡ଼ ଅକ୍ସିଜେନ ଜେନେରେସନ୍‌ ପ୍ଲାଣ୍ଟ ରହିଛି। ଏହା କରୋନା ମହାମାରୀର ଭୟଙ୍କର ଦ୍ୱିତୀୟ ତରଙ୍ଗ ବିରୁଦ୍ଧରେ ଦେଶକୁ ମୁକାବିଲା କରିବାରେ ସାହାଯ୍ୟ କରିବ।

ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନେନ୍ କହିଛନ୍ତି ଯେ ଏହି ପ୍ଲାଣ୍ଟଗୁଡିକ ଆଠଟି ହସ୍ପିଟାଲକୁ ୧୦ ବର୍ଷରୁ ଅଧିକ ସମୟ ଯାଏ ଅକ୍ସିଜେନ ଯୋଗାଇବାରେ କରିବାରେ ସକ୍ଷମ ହେବେ।

ସେ ଟ୍ୱିଟ୍ କରି କହିଛନ୍ତି, “ଫ୍ରାନ୍ସର ସଲିଡାରିଟି ମିଶନର ପ୍ରଥମ ପର୍ଯ୍ୟାୟ ଚାଲିଛି। ଆସନ୍ତାକାଲି ୨୮ ଟନ୍ ଚିକିତ୍ସା ଉପକରଣ ପଠାଯିବ। ଯାହା ଆଠଟି ଭାରତୀୟ ଡାକ୍ତରଖାନାକୁ ୧୦ ବର୍ଷ ପାଇଁ ଅମ୍ଳଜାନ ଯୋଗାଇବାରେ ସକ୍ଷମ ହେବ।”

ଫ୍ରାନ୍ସର ଏହି ପରିବହନରେ ତରଳ ଅମ୍ଳଜାନ ପାତ୍ର, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ମଧ୍ୟ ରହିବ ବୋଲି ଆଶା କରାଯାଉଛି।

ଶନିବାର, ଜର୍ମାନୀ ଭାରତକୁ ୧୨୦ ଭେଣ୍ଟିଲେଟର ବିତରଣ କରିଥିଲା।

Comments are closed.