Latest Odisha News

BREAKING NEWS

ଡିସେମ୍ବରରେ ଫ୍ରାନ୍ସରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଥିବା ଜଣା ପଡିଥିଲା

ପ୍ୟାରିସ: କରୋନା ମହାମାରୀ ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏହା କରୋନା ମହାମାରୀ କେଉଁଠାରୁ ବ୍ୟାପିଛି ସେ ସମ୍ପର୍କରେ ସହାୟ ହେବ ବୋଲି ଆଶା କରାଯାଉଛି । ଏଭେସିନ୍ ଆଣ୍ଡ ଜିନ ବର୍ଜିୟର ଡାକ୍ତରଖାନାର ଡାକ୍ତର ହେବ୍ସ କୋହିନ ଦୃଢ଼ତା ସହକାରେ କହିଛନ୍ତି ଯେ, ଡିସେମ୍ବର ୨୭ରେ ଆଲଜେରିଆର ଜଣେ ବ୍ୟକ୍ତି କରୋନା ପଜିଟିଭ ଥିବା ଜଣା ପଡିଥିଲା । ତେବେ ଅଫିସିଆଲ ଭାବେ ଫ୍ରାନ୍ସରେ କରୋନାର ପ୍ରଥମ କେସ୍ ଜାନୁୟାରୀରେ ସାମ୍ନାକୁ ଆସିଥିଲା । ଡିସେମ୍ବର ଓ ଜାନୁୟାରୀ ମଧ୍ୟରେ ଆସିଥିବା ୨୪ ରୋଗୀଙ୍କ ସାମ୍ପୁଲ ପରୀକ୍ଷଣ ପରେ ନେଭେଟିଭ ମିଳିଥିଲା ।

ଇଂଟରନ୍ୟାଶନାଲ ଜର୍ଣ୍ଣାଲ ଅଫ ଆଟିଂମାେଇକ୍ରୋବୟଲ ଏଜେଂଟରେ ମଧ୍ୟ ଆଲଜେରିଆ ବ୍ୟକ୍ତିଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି । ଏହି ବ୍ୟକ୍ତି ଫ୍ରାନ୍ସ ବ୍ୟତୀତ ଦୀର୍ଘ ଦିନ ହେବ ଅନ୍ୟ କେଉଁ ଆଡେ ଯାଇ ନାହାନ୍ତି । ଡବ୍ଲ୍ୟୁଏଚଓ ମଧ୍ୟ କରୋନା କେସ୍ ପୂର୍ବରୁ ଆସିଥିବ ମାତ୍ର ତାହା ପ୍ରକାଶ ପାଇପାରି ନାହିଁ ବୋଲି ଆଶଙ୍କା ବ୍ୟକ୍ତ କରିଛି ।

Leave A Reply

Your email address will not be published.