Latest Odisha News

BREAKING NEWS

କୋରାପୁଟ-କିରଣ୍‌ଡ଼ୁଲ ରେଳଲାଇନରେ ଧସିଲା ପଥର: ରେଳ କର୍ମଚାରୀଙ୍କ ସମେତ ୩ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋରାପୁଟ-କିରଣ୍‌ଡ଼ୁଲ ରେଳଲାଇନର ବୋରା କେଭ ନିକଟରେ ଘଟିଥିବା ଘଟଣାରେ ଜଣେ ରେଳକର୍ମଚାରୀଙ୍କ ସମେତ ୩ଜଣ ଙ୍କ ମୃତ୍ୟୁ ଘଟିଛି ଓ ୬ଜଣ ଗୁରୁତର ଆହତ ହୋଇଛନ୍ତି ।

ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା କେଜିଏଚ ମେଡ଼ିକାଲକୁ ସ୍ଥାନାନ୍ତରୀତ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଗତକାଲି ବୋରା କେଭ-ଚିମିଟିପଲ୍ଲୀ ଷ୍ଟେସନ ମଧ୍ୟରେ ପଥର ଧସିପଡ଼ିଥିଲା, ଖବରପାଇ ରେଳ କର୍ମଚାରୀ ଓ ଶ୍ରମିକମାନେ ଘଟଣାସ୍ଥଳରେ ପହଞ୍ଚି ପଥର ହଟାଉଥିବା ବେଳେ ପୁଣି ପଥର ଧସିବା ଯୋଗୁ ଶ୍ରମିକମାନେ ଚାପି ହୋଇ ଯାଇଥିଲେ ।

ଖବରପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରି ମେଡ଼ିକାଲ ନେଇଥିଲେ । ୨ ଶ୍ରମିକ ବିରା ସ୍ୱାମୀ ଓ ସୁରୀ ବାବୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ରାସ୍ତାରେ ରେଳ କର୍ମଚାରୀ ସୁରେଶଙ୍କ ମୃତ୍ୟୁ ହୋଇଯାଇଛି ।

Leave A Reply

Your email address will not be published.