ଭୁବନେଶ୍ବର: ଅନଲାଇନ ଟ୍ରେଡିଂ ଠକେଇ କରୁଥିଲେ ତିନି ଅଭିଯୁକ୍ତ । ଦୁଇ କୋଟି ଟଙ୍କାର ଅଧିକ ଠକେଇ ମାମଲାରେ ଭୁବନେଶ୍ୱରରୁ ତିନି ଅଭିଯୁକ୍ତଙ୍କୁ EOW ଗିରଫ କରିଛି । ବିଭିନ୍ନ କମ୍ପାନୀ ନାଁରେ ଟଙ୍କା ଲଗାଇ ସୁଧ ଲୋଭ ଦେଖାଇ ଏମାନେ ୪ ରାଜ୍ୟରେ ଠକେଇ କରିଥିଲେ । ଅଭିଯୁକ୍ତଙ୍କ ନାଁରେ ଓଡ଼ିଶା ସମେତ ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗରେ ଠକେଇ ଅଭିଯୋଗ ରହିଛି ।
ଗିରଫମାନେ ହେଲେ ପଟିଆର ବିକ୍ରମ କେଶରୀ ସାହୁ,ସୌଭାଗ୍ୟ ନଗରର ଦିନେଶ ମହାରଣା ଓ ସହିଦନଗରର ସର୍ବନମ ସାବତ । ଅଭିଯୁକ୍ତଙ୍କ ଆକାଉଣ୍ଟ ମଧ୍ୟ ଫ୍ରିଜ ହୋଇଛି ।
ଏମାନେ ହୋଟେଲ ଓ ମଲ ରେ ମିଟିଂ ର ଆୟୋଜନ କରି ଲୋକଙ୍କୁ ମୁନାଫାର ଲୋଭ ଦେଇ ଏଭଳି ଠକେଇ କରୁଥିଲେ ।