Latest Odisha News

BREAKING NEWS

ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ଦୁଷ୍କର୍ମ ଉଦ୍ୟମ, ଗିରଫ ହେଲା ଠକ ଜ୍ୟୋତିଷ

ଭୁବନେଶ୍ୱର: ସନ୍ତାନ ନ ହେଉଥିଲେ ସନ୍ତାନ ପ୍ରାପ୍ତି ହେବ । ଘରୁ ସମସ୍ତ ବାସ୍ତୁ ଦୋଷ ଦୂର ହେବ, ଗରିବ ଥିଲେ ଧନ ପ୍ରାପ୍ତି ହେବ । ଏହା କହି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ ଜଣେ ଜ୍ୟୋତିଷ । ନୟାପଲ୍ଲୀ ଥାନାରେ ଉକ୍ତ ମହିଳାଙ୍କ ଅଭିଯୋଗ ପରେ ଜ୍ୟୋତିଷ ବୋଲାଉଥିବା ଜଣେ ଠକ କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଜ୍ୟୋତିଷ ଜଣକ ହେଲେ ନୀଳାମ୍ବର ପାଣି ।

ଖବକ ମୁତାବକ, ଡିସେମ୍ବର ୯ ତାରିଖରେ ଜଣେ ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ମହିଳା ଜଣଙ୍କ ଜ୍ୟୋତିଷ ନୀଳାମ୍ବର ପାଣିଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ନୀଳାମ୍ବର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୋସିଆଲ ମିଡିଆରେ ଏହିସବୁ ଭିଡିଓ ଛାଡି ନିଜକୁ ଜ୍ୟୋତିଷ ବୋଲି କହି ଶତାଧିକ ମହିଳାଙ୍କୁ ଚୁନା ଲଗାଇଥିବା ଜାଣିବାକୁ ପାଇଛି ପୋଲିସ । ସେପଟେ ଯଦି କୌଣସି ମହିଳା ଏଭଳି ଠକେଇର ଶିକାର ହୋଇଥାନ୍ତି, ତେବେ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ ବୋଲି ସୂଚନା ଦେଇଛି ନୟାପଲ୍ଲୀ ଥାନା ପୋଲିସ ।

 

Leave A Reply

Your email address will not be published.