Latest Odisha News

BREAKING NEWS

ନାବାଳକର ଚିକିତ୍ସା ପାଇଁ ତତ୍କାଳ ଆର୍ଥିକ ସହାୟତା ଯୋଗାଇ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଲଗାତାର କିଛି ଦିନ ହେବ ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ ରଘୁବର ଦାସ। ଜିଲ୍ଲାକୁ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିବା ସହିତ ସମାଧାନର ରାସ୍ତା ମଧ୍ୟ କହିଦେଉଛନ୍ତି। ପୂର୍ବରୁ ରାଜ୍ୟପାଳ ଏସଏଚଜି ମହିଳା ଗୋଷ୍ଠୀ, ଚାଷୀ, ଛାତ୍ରଛାତ୍ରୀ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଭେଟିବାକୁ ପ୍ରୟାସ କରୁଛନ୍ତି। ଏହି କ୍ରମରେ ଗତକାଲି ରାଜ୍ୟପାଳ ରଘୁବର ଦାସ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ। ଏହି ସମୟରେ ସେ ଜଣେ ପିଲାର ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ ଗତକାଲି ଗୁରୁବାର ରାଜ୍ୟପାଳ ରଘୁବର ଦାସ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ। ଏହି ସମୟରେ ରାଜ୍ୟପାଳ ମା ତାରାତାରିଣୀଙ୍କ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଫେରିବା ବାଟରେ ପୁରୁଷୋତ୍ତମପୁର ଅଞ୍ଚଳର ସୁଦର୍ଶନ ବେହେରା ନାମକ ଜଣେ ବ୍ୟକ୍ତି ରାଜ୍ୟପାଳଙ୍କୁ ନିଜର ଦୁଃଖ ସମ୍ପର୍କରେ ଅବଗତ କରାଇଥିଲା। ସୁଦର୍ଶନ ତାଙ୍କ ପୁଅ ତନ୍ମୟକୁ ହୋଇଥିବା ରୋଗ ସମ୍ପର୍କରେ ଜଣାଇଥିଲା। ତନ୍ମୟର ଚିକିତ୍ସା ନିମନ୍ତେ ରାଜ୍ୟପାଳ ଏକ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ। ଏନେଇ ରାଜ୍ୟପାଳ ନିଜେ ଏସମ୍ପର୍କରେ ଟ୍ୱିଟ କରିଛନ୍ତି।

ରାଜ୍ୟପାଳ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ତନ୍ମୟର ରୋଗ ସମ୍ପର୍କରେ ତାଙ୍କ ବାପା ଓ ସମ୍ପର୍କୀୟଙ୍କ ଠାରୁ ଜାଣିବାକୁ ପାଇଲି। ଏକ ଦୂରାରୋଗରେ ତନ୍ମୟ ପୀଡ଼ିତ। ବେଙ୍ଗାଲୁରୁରେ ତାର ଚିକିତ୍ସା ଜାରି ରହିଛି। ଏଥିପାଇଁ ବହୁ ଟଙ୍କା ଖର୍ଚ୍ଚ ହେଉଛି ବୋଲି ତନ୍ମୟର ସମ୍ପର୍କୀୟମାନେ କହିଥିଲେ। ତେବେ ସୁଦର୍ଶନଙ୍କ ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ ହେବା ପରେ ତାଙ୍କୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛି ବୋଲି ରାଜ୍ୟପାଳ ତାଙ୍କ ଟ୍ୱିଟର ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ କିଛି ଦିନ ତଳେ ମାଲକାନଗିରି ଗସ୍ତ ସମୟରେ ଜଣେ ଗରିବ ମେଧାବୀ ଛାତ୍ରୀଙ୍କ ପାଠ ପଢା ପାଇଁ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି କେନ୍ଦ୍ରାପଡ଼ା ଗସ୍ତ ସମୟରେ ମଧ୍ୟ ଜଣେ ଗରିବ ଲୋକକୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଘର ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ ରାଜ୍ୟପାଳ।

 

Leave A Reply

Your email address will not be published.