ଭୁବନେଶ୍ବର: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବ । ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ କଲେ ସରକାର । ଏ ନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡ୍ରପ ଆଉଟ ହ୍ରାସ କରିବାକୁ ଆରମ୍ଭ ହେବ ମାଗଣା ବସ୍ ସେବା।
ଉଭୟ ଏସି ଓ ନନ ଏସି ବସ୍ରେ ଏହି ସେବା ଲାଗୁ ହେବ।
ତେବେ ବସ୍ରେ ଯାତ୍ରା ବେଳେ ଛାତ୍ରଛାତ୍ରୀମାନେ ୟୁନିଫର୍ମରେ ରହିବା ସହ ଆଇକାର୍ଡ ପକାଇବେ । ବର୍ତ୍ତମାନ OSRTC ବସ୍ ରୁଟ ଓ ଟାଇମିଂରେ ସଂଶୋଧନ କରିବ । ସଂଶୋଧିତ ରୁଟ୍ ରେ ସର୍ବାଧିକ ସ୍କୁଲ ଥିବା ରାସ୍ତାକୁ ସାମିଲ କରାଯିବ।