Latest Odisha News

BREAKING NEWS

ବିଶେଷ ଦିନରେ ମାଗଣାରେ ପର୍ଯ୍ୟଟକ ବୁଲିବେ ଐତିହ୍ୟସ୍ଥଳୀ

ମାଗଣାରେ ପର୍ଯ୍ୟଟକ ବୁଲିବେ ଐତିହ୍ୟସ୍ଥଳୀ । ବର୍ଷର କିଛି ବିଶେଷ ଦିନରେ ଏଏସଆଇ ଦ୍ୱାରା ସଂରକ୍ଷିତ ପର୍ଯ୍ୟଟନସ୍ଥଳୀ ମାଗଣାରେ ପ୍ରବେଶ ସୁବିଧା ମିଳିବ । ଏହି ଦିନ କୌଣସି ଟିକେଟ ବ୍ୟବସ୍ଥା ରହିବନି । ସର୍ବସାଧାରଣ ପ୍ରବେଶ ବିନା ପ୍ରତିବନ୍ଧକରେ ହେବ । ଏନେଇ ଏଏସଆଇ(ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ନିର୍ଦ୍ଦେଶନାମା ଅନୁାଯାୟୀ ଅର୍ନ୍ତଜାତୀୟ ମହିଳା ଦିବସ, ବିଶ୍ୱ ଐତିହ୍ୟ ଦିବସ, ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଏଏସଆଇ ଦ୍ୱାରା ସଂରକ୍ଷିତ ଦେଶର ସମସ୍ତ ଐତିହ୍ୟସ୍ଥଳ ପର୍ଯ୍ୟଟକ ମାଗଣାରେ ବୁଲିପାରିବେ । ସେହିପରି ବିଭିନ୍ନ ରାଜ୍ୟରେ ଥିବା ସଂରକ୍ଷିତ ଐତିହ୍ୟସ୍ଥଳ ପାଇଁ ଏଏସଆଇ ପକ୍ଷରୁ ଭିନ୍ନ ଭିନ୍ନ ଦିବସ ଧାର୍ଯ୍ୟ କରାଯାଇଛି ।

ସାମ୍ଭ ଦଶମୀରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିରରେ ଜାନୁଆରୀ ମାସରେ ତିନିଦିନ ବ୍ୟାପୀ ହେଉଥିବା ସଂଗୀତ ମହୋତ୍ସବରେ ଦର୍ଶକ ମନ୍ଦିରକୁ ବିନା ଦେୟରେ ଯାଇପାରିବେ । ସେହିପରି ଜାନୁଆରୀ ମାସରେ ଦୁଇ ଦିନ ଭୁବନେଶ୍ୱର ସ୍ଥିତ ମୁକ୍ତେଶ୍ୱର ମନ୍ଦିରରେ ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବରେ ବିନା ଦେୟରେ ମନ୍ଦିର ବୁଲିପାରିବେ ।

Leave A Reply

Your email address will not be published.