Latest Odisha News

ଏହି ଟ୍ରେନରେ ଯାତ୍ରୀଙ୍କୁ ମିଳୁଛି ମାଗଣା ଓ ସ୍ବାଦିଷ୍ଟ ଖାଦ୍ୟ

ନୂଆଦିଲ୍ଲୀ: ଟ୍ରେନ୍ ରେ ଦୂର ସ୍ଥାନକୁ ଯାତ୍ରା ସମୟରେ ସମସ୍ତଙ୍କର ଗୋଟିଏ ଚିନ୍ତା ଥାଏ ଭଲ ଖାଇବା କେଉଁଠୁ ମିଳିବ । ଯାହା ସ୍ବାଦିଷ୍ଟ ସହ ସ୍ବାସ୍ଥ୍ୟପ୍ରଦ ମଧ୍ୟ ହେଇଥିବ । ତେବେ ଦେଶରେ ଏପରି ଏକ ଟ୍ରେନ୍ ଚଳାଚଳ କରୁଛି ଯେଉଁଥିରେ ଯାତ୍ରୀ ମାନେ ମାଗଣା, ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଖାଇବା ଖାଇଥାନ୍ତି ।

ଖବର ମୁତାବକ, ମାଗଣା ଖାଦ୍ୟ ଯୋଗାଇଦେଇଉଥିବା ଏହି ଟ୍ରେନ୍ ହେଉଛି ସଚଖଣ୍ଡ ଏକ୍ସପ୍ରେସ । ମହାରାଷ୍ଟ୍ରର ନାନ୍ଦେଡ ହାଜୁର ସାହେବ ଓ ପଞ୍ଜାବର ଅମୃତସର ମଧ୍ୟରେ ଚାଲିଥାଏ ଏହି ଟ୍ରେନ୍ । ଏହା ଦୀର୍ଘ ୨୯ ବର୍ଷ ହେଲା ଯାତ୍ରୀମାନଙ୍କୁ ମାଗଣା ଲଙ୍ଗର ଯୋଗାଇ ଦିଆଯାଉଛି ।

ବହୁ ବର୍ଷ ହେବ ଟ୍ରେନରେ ଯାତ୍ରୀଙ୍କୁ ଖାଦ୍ୟ ଦିଆଯାଉଛି । ଯେଉଁ ଯାତ୍ରୀମାନେ ଏହି ଟ୍ରେନରେ ଯାତ୍ରା କରନ୍ତି ସେମାନଙ୍କୁ ଖାଦ୍ୟ ଏବଂ ପାନୀୟ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ପଡେ ନାହିଁ । ଏହି ସୁପରଫାଷ୍ଟ ଟ୍ରେନର ନାମ ନାନ୍ଦେଡରେ ଅବସ୍ଥିତ ସଚଖଣ୍ଡ ସାହିବ ଗୁରୁଦ୍ୱାରଙ୍କ ନାମରେ ନାମିତ କରାଯାଇଛି । ୨୦୦୭ ଠାରୁ ଏହି ଟ୍ରେନ ପ୍ରତିଦିନ ଚଳାଚଳ କରୁଛି ।

ସଚଖଣ୍ଡ ଏକ୍ସପ୍ରେସ ଟ୍ରେନ୍ ଭୋପାଳ, ନୂଆଦିଲ୍ଲୀ ସମେତ ୩୯ଟି ଷ୍ଟେସନରେ ରହିଥାଏ । ସେଥି ମଧ୍ୟରୁ ୬ଟି ଷ୍ଟେସନ ମନମାଡ, ନାନ୍ଦେଡ, ଭୁସାଭାଲ୍, ଭୋପାଳ, ଗ୍ୱାଲିଅର୍ ଏବଂ ନୂଆଦିଲ୍ଲୀରେ ଯାତ୍ରୀମାନଙ୍କୁ ମାଗଣା ଖାଦ୍ୟ ଦିଆଯାଇଥାଏ । ଏହି ଷ୍ଟେସନ ଗୁଡ଼ିକରେ ଟ୍ରେନ୍ ର ଅଟକିବା ସମୟ ମଧ୍ୟ ସେହି ଅନୁସାରେ ସ୍ଥିର କରାଯାଇଛି ଯାହାଦ୍ୱାରା ଯାତ୍ରୀମାନେ ଖାଦ୍ୟ ଖାଇପାରିବେ ।

୧୯୯୫ରୁ ନାନ୍ଦେଡ-ଅମୃତସର ମଧ୍ୟରେ ସାପ୍ତାହିକ ଆଧାରରରେ ଏହି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ଏହା ପରେ ଏହାକୁ ଦୁଇ ସାପ୍ତାହିକ ସେବାରେ ପରିବର୍ତ୍ତନ କରାଯାଇଥିଲା । ୧୯୯୭–୧୯୯୮ରେ, ଏହାକୁ ସପ୍ତାହରେ ପାଞ୍ଚ ଦିନ ଚାଲୁଥିବା ସୁପରଫାଷ୍ଟ ଟ୍ରେନରେ ପରିଣତ କରାଯାଇଥିଲା ।

Leave A Reply

Your email address will not be published.