Latest Odisha News

BREAKING NEWS

କୋଟିଆରେ ମାଗଣା ସ୍ବାସ୍ଥ୍ୟ ଶିବିର ସହ ପୋଷଣ ଦିବସ ପାଳିତ, ବାଲ୍ୟ ବିବାହ ରୋକିବାକୁ କରାଗଲା ସଚେତନ

କୋରାପୁଟ : କୋଟିଆରେ ପାଳିତ ହୋଇଛି ମାଗଣା ସ୍ବାସ୍ଥ୍ୟ ଶିବିର ସହ ପୋଷଣ ଦିବସ । ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏହି ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ କୋଟିଆ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଦୁର୍ଗାମାଧବ ପଣ୍ଡା, ଆୟୁଷ ବିଭାଗର ଡାକ୍ତର, ଫାର୍ମାସିଷ୍ଟ ଓ ପିଏଚଇଓ ଉପସ୍ଥିତ ରହି ୧୦୨ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ପ୍ରଦାନ କରିଥିଲେ ।

ସେହିଭଳି ସମନ୍ବିତ ଶିଶୁ ବିକାଶ ବିଭାଗର ସିଡିପିଓ ଅନୁଭା ନାୟକଙ୍କ ଅଧ୍ୟକ୍ଷତାରେ ପୃଥକ ଭାବେ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଗର୍ଭବତୀ ଓ ଛୁଆମାନଙ୍କୁ କିଭଳି ଘରେ ଥିବା ପୋଷଣ ଖାଦ୍ୟ ଖୁଆଇ ସୁସ୍ଥ ରଖିପାରିବେ ସେନେଇ ସଚେତନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କ୍ଷେତ୍ର ପରିଦର୍ଶିକା ଶ୍ରୀକା ସୁନାରୀ ମାଡିଙ୍ଗି, ଜିଲ୍ଲା ପ୍ରୋଗ୍ରାମ ଅଫିସର ସୁଚିତ୍ରା ପଣ୍ଡା, ବାଲ୍ୟ ବିବାହ ନିଷେଧ ବିଭାଗର ସଂଯୋଜକ ରାଜଶ୍ରୀ ବେହେରା, ମିଶନ ଶକ୍ତି ଡିପିସି ସାରଙ୍ଗଧର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନତା କରାଇଥିଲେ ।

Leave A Reply

Your email address will not be published.