Latest Odisha News

BREAKING NEWS

ପୋଲିସ ପଞ୍ଝାରେ ୪ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା

ନବରଙ୍ଗପୁର : ନବରଙ୍ଗପୁର ପୋଲିସକୁ ସଫଳତା । ପଞ୍ଝାରେ ପଡିଛନ୍ତି ୪ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା । ଏକ ଏଟିଏମରେ ଏହି ଗ୍ୟାଙ୍ଗ ଟଙ୍କା ହେରଫେର କରୁଥିବା ବେଳେ ଏମାନଙ୍କୁ ଧରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର କମଲ ଖାନ, ଗୋବିନ୍ଦ ଚୌରାସିଆ, ରିତେଶ ସିଂ, ଆକାଶ ସିଂ । ସେମାନଙ୍କ ଠାରୁ ଗୋଟିଏ କାର ସହ ନବଦ ୧୯ ହଜାର ଟଙ୍କା, ୨୩ଟି ଏଟିଏମ୍ କାର୍ଡ ସହ ୮ଟି ଫୋନ ଜବତ କରାଯାଇଛି । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନା ଅନୁସାରେ, ଏହି ଲୁଟେରାମାନେ ଅତି ଚତୁରତାର ସହ ଏଟିଏମକୁ ଟ୍ୟାମ୍ପରିଂ କରି ଲକ୍ଷାଧିକ ଟଙ୍କା ଏଟିଏମରୁ ବାହାର କରି ନେଉଥିଲେ । ଏମାନେ ଏଟିଏମ୍ କାର୍ଡକୁ ଏଟିଏମରେ ପୂରାଇ ଟଙ୍କା ବହାର କରୁଥିଲେ । ଏବଂ ଟଙ୍କା ବାହାରିବା ପରେ ମେସିନରେ ହାତ ମାରି ଦେଉଥିଲେ । ଯାହା ଫଳରେ ମେସିନଟି ଟ୍ରାଞ୍ଜାକ୍ସନ ଫେଲ୍ ଦେଖାଉଥିଲା । ଫଳରେ ଏଟିଏମ୍ କାର୍ଡଧାରୀଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଟଙ୍କା ଫେରସ୍ତ କରୁଥିଲା । ଏଭଳି ପ୍ରତିଦିନ ଏହି ଗ୍ୟାଙ୍ଗର ସଦସ୍ୟ ବିଭିନ୍ନ ବ୍ୟାଙ୍କର ଏଟିଏମରେ ଚତୁରତାର ସହ ଅତି ସହଜରେ ଟଙ୍କା କାଢ଼ି ନେଉଥିଲେ । ତେବେ ସିସିଟିଭି ଫୁଟେଜକୁ ଆଧାର କରି ନବରଙ୍ଗପୁର ଟାଉନ ଥାନାରେ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା । ଆଜି ଏହି ଗ୍ୟାଙ୍ଗ ଏଟିଏମରେ ଟଙ୍କା ହେରଫେର କରୁଥିବା ବେଳେ ଏମାନଙ୍କୁ ଧରିଥିଲା ପୋଲିସ । ଉତ୍ତରପ୍ରଦେଶରୁ ଆରମ୍ଭ କରି ସାରା ଦେଶରେ ଏହି ଗ୍ୟାଙ୍ଗ ସକ୍ରିୟ ରହିଛି ।

Leave A Reply

Your email address will not be published.