Latest Odisha News

BREAKING NEWS

ବସ୍ତିକୁ ଚାଲ ଅଭିଯାନ ଅନ୍ତର୍ଗତ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର: ବସ୍ତିକୁ ଚାଲ ଅଭିଯାନ କ୍ରମରେ ବସ୍ତି ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାନିରୀକ୍ଷା କରିବା ଲାଗି ଆଜି ଭୁବନେଶ୍ୱର ସହରାଞ୍ଚଳ ପୋଲିସ୍ ଜିଲ୍ଲାର ସପ୍ତମ ବାଟାଲିଅନ ପରିସର ମଧ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରଯାଇଥିଲା। ଭୁବନେଶ୍ଵର କଟକ ଦ୍ଵୈତ ନଗରୀର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇପିଏସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ।

ସେହିପରି ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ତଥା ସହକର୍ମୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଜିର ଏହି ଶିବିରରେ ଅଭିଜ୍ଞ ଡାକ୍ତରୀ ଦଳ ଏବଂ ତାଙ୍କ ଟିମ ଦ୍ଵାରା ବିଭିନ୍ନ ବସ୍ତିରେ ବାସ କରୁଥିବା ବସ୍ତିବାସିନ୍ଦା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଉଚିତ ପରାମର୍ଶ ସାଙ୍ଗକୁ ମାଗଣା ଔଷଧ ବଣ୍ଟନ କରଯାଇଥିଲା। ଭୁବନେଶ୍ବର ସହରାଞ୍ଚଳ ପୋଲିସ ତରଫରୁ ଏହି ଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ।

Leave A Reply

Your email address will not be published.