Latest Odisha News

BREAKING NEWS

‘ମୋ ବସ’ରେ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେଲା ଖବରକାଗଜ…

ଭୁବନେଶ୍ୱର: ‘ମୋ ବସ’ରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଏଥର ‘ମୋ ବସ’ରେ ଯାତ୍ରୀମାନଙ୍କ ପଢିବା ପାଇଁ ପ୍ରତ୍ୟେକ ଦିନ ବିନା ଶୁଳ୍କରେ ମିଳିବ ଖବରକାଗଜ । କ୍ୟାପିଟାଲ ଅର୍ବାନ ଟ୍ରାନ୍ସପୋର୍ଟ(ସିଆରୟୁଟି)ର ପରିଚାଳନା ନିର୍ଦ୍ଦେଶକ ଅରୁଣ ଭୋତରା ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି ।

ଏହି ଆଇପିଏସ ଅଧିକାରୀ ରବିବାର ସକାଳୁ ‘ମୋ ବସ’ ଭିତରେ ଦୈନିକ ଇଂରାଜୀ ଖବର କାଗଜ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟରେ ଶୀତତାପ ନିୟନ୍ତ୍ରିତ ବସ ଭିତରେ ଇଂରାଜୀ ଖବରକାଗଜ ବଣ୍ଟା ହେବାକୁ ଥିବା ବେଳେ ଅତିଶୀଘ୍ର ଓଡ଼ିଆ ଖବରକାଗଜକୁ ମଧ୍ୟ ଏଥିରେ ସାମିଲ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.