Latest Odisha News

ଅବିକଳ ଅକ୍ଷୟଙ୍କ ଭଳି ଦେଖାଯାଉଛନ୍ତି ଏହି ବ୍ୟକ୍ତି, ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ !

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରି ପ୍ରତି ରହିଛି ଅକ୍ଷୟଙ୍କ ଅନେକ ଅବଦାନ । ଦର୍ଶକଙ୍କୁ ବହୁତ ଗୁଡିଏ ହିଟ ଫିଲ୍ମ ଭେଟି ଦେଇ ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟୁ ଥିବା ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଖିଲାଡି କୁମାର ନାମରେ ବଲିଉଡରେ ବେଶ ପରିଚିତ । କେତେବେଳେ ବନ୍ୟା ପିଡୀତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ତ ଆଉ କେତେବେଳେ ସାମାଜିକ ସମସ୍ୟା ଉପରେ ଆଧାରିତ ଚଳଚ୍ଚିତ୍ରରେ ନଜର ଆସି ଲୋକଙ୍କ ମନ କିଣିବା ସହ ଚର୍ଚ୍ଚାରେ ରହିଆସୁଛନ୍ତି ଅକ୍ଷୟ । ଏବେ କିଛି ନକରି ସୁଦ୍ଧା ଖିଲାଡି କୁମାର ଆସିଯାଇଛନ୍ତି ଚର୍ଚ୍ଚାର ପରିସର ମାଧ୍ୟମକୁ ।

କିଛି ଦିନ ତଳେ ରିଲିଜ ହୋଇଥିବା ‘ମିସନ ମଙ୍ଗଲ’ ବକ୍ସ ଅଫିସରେ ସୁପର ହିଟ ହେବାପରେ ଏହି ମଧ୍ୟରେ ଅକ୍ଷୟଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋଟି ଅବିକଳ ଅକ୍ଷୟଙ୍କ ପରି ଦେଖାଯାଉଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଏହି ଡ୍ୟୁପଲିକେଟ ଅକ୍ଷୟଙ୍କ ନାମ ହେଉଛି ‘ମାଜିଦ ମିର’ । ମାଜିଦ କାଶ୍ମୀରର ନିବାସୀ ଅଟନ୍ତି । ସେ ସର୍ବଦା ମୁଣ୍ଡରେ ଏକ ଟୋପି ପିନ୍ଧୁଥିବାର ନଜର ଆସିଥାନ୍ତି । ଏହି ଟୋପି ପଛରେ ରହିଛି ଏକ ସୁନ୍ଦର କାହାଣୀ ।

ମାଜିଦ ହେଉଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାଷ୍କାରଙ୍କ ଜଣେ ବହୁତ ବଡ ପ୍ରଶଂସକ । ମାଜିର କୁହନ୍ତି ସୁନିଲ ତାଙ୍କ ସମୟରେ ଯେପରି ମୁଣ୍ଡରେ ଟୋପି ପିନ୍ଧି ରହୁଥିଲେ ଠିକ ସେହିଭଳି ମାସିଦ ନିଜ ମୁଣ୍ଡରେ ଏଭଳି ଟୋପି ପିନ୍ଧିଥାନ୍ତି ।

Leave A Reply

Your email address will not be published.