Latest Odisha News

BREAKING NEWS

ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହେଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ

ଭୁବନେଶ୍ୱର: କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକା ହେଲ୍ଥ ଆଣ୍ଡ ୱେଲ୍ନେସ୍ ଗ୍ରୁପ୍ ((OSA-HWG)) “ଅମୃତ ଧାରା” ନାମରେ ଏକ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ଵର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସ୍ପର୍ଶ ହସ୍ପିଟାଲ୍ ମୁଖ୍ୟ ପରିଚାଳକ ଡ଼ା. ପ୍ରିୟବ୍ରତ ଧୀର୍, , ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର, ଏମ୍ପ୍ରିଓ ଗ୍ରୁପର ମୁଖ୍ୟ ଡ଼ାକ୍ତର ଅବିନାଶ ସାମଲ, ହାଇଟେକ ମେଡିକାଲ ପ୍ରଫେସର୍ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ, ସମାଜସେବୀ ପ୍ରବୀନ୍ ଅଗରୱାଲ୍ ଏବଂ ଜୋନାଲ୍ ଡେପୁଟି କମିଶନର ପୁରନ୍ଦର୍ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଥମ ଥର ପାଇଁ ବିଏମସି ଅନୁମୋଦନରେ ଓଡ଼ିଶାରେ ଏଭଳି ଏକ ନିଶୁଳ୍କ ଅକ୍ସିଜେନ୍ ସେଲଟର୍ ପଟିଆ ବିଗବଜାର ସ୍ଥିତ ତ୍ରିଷ୍ଣା ବାନକ୍ୟୁଏଟ୍ ଠାରେ ଆରମ୍ଭ କରାଯାଇଛି । ଅକ୍ସିଜେନ୍ ଅବଶ୍ୟକତା ଥିବା କୋଭିଡ୍ ରୋଗୀଙ୍କୁ ଏକ ଅନୁମୋଦିତ କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ପର‌୍ୟ୍ୟନ୍ତ ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ଯୋଗାଇଦେଇ ତାଙ୍କୁ ହାଇପୋକ୍ସିୟାରୁ (ବ୍ଲଡ୍ ଅମ୍ଳଜାନ ସ୍ତରରେ ଡ୍ରପ୍) ରୁ ବଞ୍ଚାଯାଇପାରିବ। ଏଥିରେ ଡ଼ାକ୍ତର ଏବଂ ନର୍ସଙ୍କ ଉପସ୍ଥିତି ରହିବେ । ଡାକ୍ତରଙ୍କ ପରାମର୍ଶ କ୍ରମେ ରେ ଏକରୁ ଦୁଇ ଘଣ୍ଟା ଯାଏଁ ରୋଗୀଙ୍କୁ ଅମ୍ଳଜାନ ଦିଆଯିବ । ଆବଶ୍ୟକ ହେଲେ ହସ୍ପିଟାଲ୍ ସ୍ଥାନାନ୍ତର ପାଇଁ ଜୀବନ ଜ୍ୟୋତି ଆମ୍ବୁଲାନ୍ସ ସେବା ଯୋଗାଇଦିଆଯିବ।

ଏହି ସେଣ୍ଟର ସହ ଯୋଗାଯୋଗ କରିବା ପାଇଁ ଦୁଇଟି ନମ୍ୱର ୭୮୯୪୪୩୩୮୨୯ ଓ ୮୦୯୩୮୨୨୩୨୨ ଜାରି ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ଅନେକ ଲୋକ ଉପକୃତ ହେବେ ବୋଲି ଆଶା ରହିଛି ।

Leave A Reply

Your email address will not be published.