Latest Odisha News

BREAKING NEWS

ପରଲୋକରେ ସାହିତ୍ୟିକା ମିନାକ୍ଷୀ ଦେବୀ

କଟକ : ଉତ୍କଳ ସାହିତ୍ୟ ସମାଜର ସମ୍ପାଦିକା , ସୁଲେଖିକା ତଥା ଗୀତିକବୀ ମୀନାକ୍ଷୀ ଦେବୀଙ୍କର ପରଲୋକ ଘଟିଛି । ହୃତଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

BjdElectrycity

ସ୍ୱର୍ଗତଃ ମିନାକ୍ଷୀ ଦେବୀ କଳା , ସାହିତ୍ୟ , ସଂସ୍କୃତି , ସମାଜସେବା , ପରିବେଶ ସୁରକ୍ଷା ଆଦି ଅନୁଷ୍ଠାନ ସହିତ ନିଷ୍ଠାପର ଭାବରେ ଜଡ଼ିତ ଥିଲେ। ଗୀତିକବିତା, କ୍ଷୁଦ୍ରଗଳ୍ପ, ଲଳିତ ନିବନ୍ଧ, ପ୍ରବନ୍ଧ, ନାଟକ, ଜୀବନୀ ଓ ଶିଶୁ ସାହିତ୍ୟରେ ସେ ବହୁ ପୁସ୍ତକ ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ଏହାସହ ଆକାଶବାଣୀ ଓ ଦୂରଦର୍ଶନର ସେ ଥିଲେ ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ନାଟ୍ୟକାର। ‘ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର’ ଏବଂ ‘ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ’ ସହ  ଅନେକ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତା ଓ ସମ୍ବର୍ଦ୍ଧିତା ହୋଇଥିଲେ।

ମିନାକ୍ଷୀ ଦେବୀଙ୍କ ଅକାଳ ବିୟୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷୀକେଶ ମଲ୍ଲିକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ଓଡ଼ିଶା ସାହିତ୍ୟିକ ମହଲ ଗଭୀର ଶୋକର ଛାୟା ଖେଳିଯାଇଛି।

 

Leave A Reply

Your email address will not be published.