Latest Odisha News

BREAKING NEWS

ତେଜୁଛି ମାଗଣା ବିଜୁଳି ରାଜନୀତି: ବିଜେପିର ଆହ୍ବାନ, ଘରୁ ମିଟର ହଟେଇବାକୁ ନିର୍ଦ୍ଦେଶ ଦିଆଯାଉ

ଭୁବନେଶ୍ୱର: ତେଜୁଛି ମାଗଣା ବିଜୁଳି ରାଜନୀତି । ବିଜେଡି ନିର୍ବାଚନୀ ସଭାରେ ଜୁଲାଇରୁ ଆଉ ଆସିବନି ବିଜୁଳି ବିଲର ନାରା ଦେଇ ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ ବିଜେପି ମଧ୍ୟ ଏହାକୁ ନେଇ ଘେରିବା ଆରମ୍ଭ କରିଛି। ରାଜ୍ୟ ବିଜେପି ଏହି ଯୋଜନାକୁ ଚ୍ୟାଲେଞ୍ଜ କରି ଶାସକ ଦଳକୁ ଆହ୍ବାନ କରିଛି ଯେ ଯଦି ମାଗଣା ବିଜୁଳି କଥା କହୁଛ ତାହେଲେ ଘରୁ ମିଟର ହଟେଇ ଦିଅ।

ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ବିଜେଡି ଦଳ ମିଛର ବ୍ୟବସାୟୀ କରେ ବୋଲି ମୁଁ ପୂର୍ବରୁ କହିସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମୋଦି କି ଗ୍ୟାରେଣ୍ଟି’କୁ ଅନୁକରଣ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମଧ୍ୟ ଗ୍ୟାରେଣ୍ଟି କଥା କହୁଛନ୍ତି। ଦଳ ଜିତିଲେ ଲୋକଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ମୁଁ ତାଙ୍କ ଠକେଇକୁ କହିବାକୁ ଚାହେଁ । ଯଦି ଲୋକଙ୍କୁ ବିଜୁଳି ବିଲ୍ ପୈଠ କରିବାକୁ ପଡ଼ିବ ନାହିଁ, ତେବେ ସବୁ ଘରୁ ମିଟର ହଟାଇବା ପାଇଁ ଅଭିଯାନ ଆରମ୍ଭ କରନ୍ତୁ। ଘରେ ଲାଗିଥିବା ସମସ୍ତ ମିଟର କୁ ହଟାଇବାକୁ ବିଦ୍ୟୁତ୍ ବିଭାଗକୁ କୁହନ୍ତୁ। ତା’ପରେ ହିଁ ଆମେ ଆପଣଙ୍କ ଗ୍ୟାରେଣ୍ଟିର ଦମ୍ କେତେ ଅଛି ଜାଣିପାରିବୁ।

ଏହାପୂର୍ବରୁ ଶକ୍ତି ସମୀକ୍ଷକ ଏବଂ ବିଜେପି ପ୍ରଶ୍ନ କରିଥିଲା ଯେ ୧୦୦ ୟୁନିଟ୍ ବିଜୁଳି ଯେଉଁମାନେ ବ୍ୟବହାର କରିବେ ସେମାନଙ୍କ ଘରେ ଟିଭି, ଫ୍ୟାନ ଏବଂ ବଲଟିଏ ଥିବ। କିନ୍ତୁ ଆଜିର ଯୁଗରେ ପ୍ରାୟତଃ ସମସ୍ତଙ୍କ ଘରେ ଫ୍ୟାନ, ଲାଇଟ ଏମିତିକି ଟିଭି ବି ୨ଟିରୁ ଅଧିକ ରହିଥିବା ବେଳେ ଫ୍ରିଜ ମଧ୍ୟ ରହୁଛି। ଏପରି ସ୍ଥିତିରେ ବହୁତ କମ୍ ଲୋକ ମାଗଣା ବିଜୁଳି ସେବା ପାଇବେ। ଯାହା ନିର୍ବାଚନୀ ଇସ୍ତାହାର ତୁଳନାରେ ଫର୍ମା ଆବାଜ ବୋଲି ସମୀକ୍ଷକ କହୁଛନ୍ତି।

Leave A Reply

Your email address will not be published.