Latest Odisha News

BREAKING NEWS

ମାର୍ଚ୍ଚ ୮ରେ ‘ମୋ ବସ’ରେ ମହିଳାଙ୍କୁ ମିଳିବ ମାଗଣା ସେବା

ଭୁବନେଶ୍ୱର: ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ମୋ ବସ’ରେ ମହିଳା ଯାତ୍ରୀଙ୍କ ପାଇଁ ମାଗଣାରେ ଯାତ୍ରା ସୁବିଧା ଯୋଗାଇଦେବାକୁ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ଘୋଷଣା କରିଛି ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନେ ମୋ ବସରେ ମାଗଣାରେ ଯାତ୍ରା କରିପାରିବେ । ସେହି ଦିନ ମହିଳାମାନେ କୌଣସି ଶୁଳ୍କ ଦେବେ ନାହିଁ ବୋଲି କ୍ରୁଟର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ମୋ ବସରେ ୩୦% ରୁ ଅଧିକ ମହିଳା ଗାଇଡ ଅଛନ୍ତି, ଯେଉଁମାନେ ଏହି ଅଂଚଳରେ ସାର୍ବଜନିକ ପରିବହନ ବ୍ରାଣ୍ଡକୁ ସଶକ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.