Latest Odisha News

BREAKING NEWS

ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଯାଇ ହୃଦଘାତରେ ଡାକ୍ତରଙ୍କ ମୃତ୍ୟୁ

ଫୁଲବାଣୀ: ଜମ୍ମୁ ଓ କାଶ୍ମୀରରେ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିଯିବା ବାଟରେ ଓଡିଶାର କନ୍ଧମାଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କ ମୃତ୍ୟୁ ହୋଇଛି । ମୃତ ଡାକ୍ତରଙ୍କ ଘର ବ୍ରହ୍ମପୁରରେ ।

ମିଳିଥିବା ସୂଚନା ଅନୁସାରେ, ଜମ୍ମୁ ଓ କାଶ୍ମୀରର ତ୍ରିକୂଟ ପର୍ବତ ଉପରେ ଥିବା କାଟ୍ରାକୁ ନିଜ ପତ୍ନୀ ଓ ପୁଅଙ୍କ ସହ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ । କାଟ୍ରାରେ ପହଞ୍ଚିବା ପରେ ଘୋଡାରେ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ରାସ୍ତାରେ ଟଳି ପଡିଥିଲେ ଓ ଅଚେତ ହୋଇଯାଇଥିଲେ । ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତ ଯୋଗୁଁ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.