Latest Odisha News

BREAKING NEWS

ବର୍ଣ୍ଣାଢ୍ୟ ପରିବେଶରେ ଆରମ୍ଭ ହେଲା ଫିଫା ବିଶ୍ୱକପ

ଦୋହା: ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଆଜି କାତାରରେ ଆରମ୍ଭ ହୋଇଯାଇଛି । ଉଦଘାଟନୀ ଉତ୍ସବ କତାରର ଅବଲ ବାୟଦ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ବର୍ଣ୍ଣାଢ଼୍ୟ ପରିବେଶଷର ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ଭାରତର ମଡେଲ ତଥା ଅଭିନେତ୍ରୀ ନୋରା ଫତେହି ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାତାରର ଅମୀର ଶେଖ ତାମିମ ବିନ ହମାଦ ଅଲ ଥାନୀ, ଫିଫା ସଭାପତି ଜିଆନି ଇନପାନଟିଓଙ୍କ ବ୍ୟତୀତ ଆରବର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

କୋରିଆର ଲୋକପ୍ରିୟ ରକବ୍ୟାଣ୍ଡ ବିଟିଏସଙ୍କ ମନଲୋଭା କାର୍ଯ୍ୟକ୍ରମ ଦର୍ଶକଙ୍କୁ ମତୁଆଲ କରିଥିଲା । ମାସ୍କଟ ଲାଇବ ଦକ୍ଷିଣ କୋରିଆ ବ୍ୟାଣ୍ଡର ଜଙ୍ଗକୁକ ଏବଂ ଗାୟକ ଫାହାଦ ଅଲୀ କୁବାସିଙ୍କୁ ସ୍ୱାଗତ କରିଥିଲେ । ବ୍ଲାକ ଆଇଡ ପିଜ, କଲମ୍ବିଆ କଳାକାର ଜେ.ଭାଲବିନି ମଧ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆମେରିକାର ମହାନ ଅଭିନେତା ମୋର୍ଗାନ ଫ୍ରିମ୍ୟାନ ବିଶ୍ୱକପର ଥିମ ଦି କଲିଂ ସମ୍ପର୍କରେ ଦର୍ଶକମାନଙ୍କୁ ବୁଝାଇଥିଲେ ।

ଶେଷରେ ସେ ସାରା ବିଶ୍ୱକୁ ଏହି ମେଗା ଇଂଭେଟରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ମଧ୍ୟ ଶେଷରେ ଏଥିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଉଦଘାଟନୀ ସମାରୋହ ପରେ ପରେ କାତାର ଏବଂ ଇକ୍ୱେଡର ମଧ୍ୟରେ ଉଦଘାଟନୀ ମୁକାବିଲା ଆରମ୍ଭ ହୋଇଥିଲା । ପ୍ରାୟ ୧ ମାସ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ୩୨ଟି ଟିମ ଅଂଶଗ୍ରହଣ କରିବେ । ପୂର୍ବରୁ ବିଶ୍ୱକପ ଜୁନ-ଜୁଲାଇରେ ଖେଳା ଯାଉଥିଲା । ଏଥର ପ୍ରଥମ ଥର ପାଇଁ ନଭେମ୍ବର-ଡିସେମ୍ବରରେ ଏହା ଖେଳାଯିବ । ଓଭରାଲ ୮ଟି ଭେନ୍ୟୁରେ ମ୍ୟାଚଗୁଡିକ ଖେଳାଯିବ ।

ଉଦଘାଟନୀ ମୁକାବିଲା ୬୦ ହଜାର କ୍ଷମତା ବିଶିଷ୍ଟ ଅଲ ୱାୟତ ଷ୍ଟାଡିୟମରେ ଖେଳାଯିବ । ସେହିପରି ଫାଇନାଲ ମ୍ୟାଚ ୮୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଲୁସେଲ ଷ୍ଟାଡିୟମରେ ଆୟୋଜିତ ହେବ । ୧୪ ଓ ୧୫ ଡିସେମ୍ବରରେ ସେମିଫାଇନାଲ ଏବଂ ୧୮ରେ ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.