Latest Odisha News

BREAKING NEWS

ଫ୍ରାନ୍ସ ଫୁଟବଲ କ୍ଲବ ରେମ୍ସର ଡାକ୍ତର ଗୋଞ୍ଜାଲେଜଙ୍କ ଆତ୍ମହତ୍ୟା, କରୋନା ସଂକ୍ରମଣ ନେଇ ଚାପରେ ଥିଲେ

ପ୍ୟାରିସ: ଫ୍ରାନ୍ସ ଫୁଟବଲ କ୍ଲବ ରେମ୍ସର ଡାକ୍ତର ବର୍ଣ୍ଣାଡ ଗୋଞ୍ଜାଲେଜ ସୋମବାର ଆତ୍ମହତ୍ୟା କରିଛନ୍ତି । ୧୦ ବର୍ଷୀୟ ଏହି ଲୋକପ୍ରିୟ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିଲେ । ଏଥିନେଇ ସେ ଚାପରେ ଥିବାରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେ ଦୀର୍ଘ ୨୦ ବର୍ଷ ଧରି କ୍ଲବ ସହିତ ରହିଥିଲେ ।

ତାଙ୍କ ମୃତ୍ୟୁରେ ଫୁଟପ୍ରେମୀ ପ୍ରେମୀ ଓ ଖେଳାଳିଙ୍କ ମଧ୍ୟରେ ଶୋକାର ବାତାବରଣ ଖେଳିଯାଇଛି । ଆତ୍ମହତ୍ୟା ସମ୍ପର୍କୀତ ଏକ ଚିଠି ପୋଲିସର ହସ୍ତଗତ ହୋଇଛି । ଖେଳାଳିମାନଙ୍କ ନିକଟରେ ସେ ବେଶ୍ ଲୋକପ୍ରିୟ ଥିଲେ ।

Leave A Reply

Your email address will not be published.