ନୂଆଦିଲ୍ଲୀ: ହିନ୍ଦୁ ରୀତିନୀତିରେ ପ୍ରଭାବିତ ହୋଇ ବିବାହ କଲେ ଫ୍ରାନ୍ସ ଦମ୍ପତି । ଯୋଦ୍ଧପୁରଠାରେ ସେମାନେ ପୁର୍ନବିବାହ କରିଛନ୍ତି । ଏହି ବିବାହକୁ ନେଇ ଏବେ ବେଶ୍ ଚର୍ଚ୍ଚା । ଦମ୍ପତି ହୁହେଁ ଅଲଗା ଦେଶର ହୋଇଥିଲେ ବି ହିନ୍ଦୁ ଧର୍ମୀୟଙ୍କ ବିବାହ ଶୈଳୀରେ ପୁଣି ଥରେ ପରସ୍ପରଙ୍କୁ ବିବାହ କରିଛନ୍ତି। ବିବାହରେ କନ୍ୟା ଦାନ କରିଛନ୍ତି ଟୁରିଷ୍ଟ୍ ଗାଇଡ୍ ଭୁଜପାଲ୍ ସିଂହ ଏବଂ ତାଙ୍କ ପତ୍ନୀ।
ଫ୍ରାନ୍ସର ବାସିନ୍ଦା ଏରିକ୍ ଏବଂ ଗ୍ରେବିୟଲ୍ ରାଜସ୍ଥାନର ଟୁରିଷ୍ଟ୍ ଗାଇଡ୍ଙ୍କ ସଂପର୍କୀୟ। ଏହି ଦମ୍ପତିଙ୍କ ବୟସ ପ୍ରାୟ ୬୦ ପାଖାପାଖି। ସେମାନଙ୍କର ପିଲା ବି ଅଛନ୍ତି ହିନ୍ଦୁ ଧର୍ମୀମାନଙ୍କ ବିବାହ ତାଙ୍କୁ ଖୁବ୍ ପସନ୍ଦ ଆସିବାରୁ ସେମାନେ ପୁଣି ଥରେ ବିବାହ କରିବାକୁ ଇଛା ପ୍ରକାଶ କରିଥିଲେ।
ଟୁରିଷ୍ଟ୍ ଗାଇଡ୍ ଭୁଜପାଲ୍ ସିଂହ ନିଜ ସମ୍ପର୍କୀୟଙ୍କ ବିବାହରେ ଏହି ଫ୍ରାନ୍ସ ଦମ୍ପତିଙ୍କୁ ନିମନ୍ତ୍ରଣ କରିଥିଲେ। ଦମ୍ପତି ବିବାହରେ ଉପସ୍ଥିତ ରହିବା ସହ ଦୁଇ ଦିନ ପରେ ବିବାହ କରିଥିଲେ । ତେବେ ଭୁଜପାଲ୍ ସିଂହଙ୍କ ପରିବାର ଲୋକ ହିଁ ଏହି ବିବାହରେ ବରପକ୍ଷ ଓ କନ୍ୟାପକ୍ଷ ଲୋକ ବନିଥିଲେ।
Comments are closed.