Latest Odisha News

ଫ୍ରେଂଚ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଲେ ଆଲକାରେଜ

ପ୍ୟାରିସ: ସ୍ପେନର ଷ୍ଟାର ଟେନିସ ଖେଳାଳି କାର୍ଲୋସ ଆଲକାରେଜ ଫ୍ରେଂଚ ଓପନ ୨୦୨୪ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଜର୍ମାନୀର ଆଲେକକାଣ୍ଡର ଜେରେଭଙ୍କୁ ୬-୩, ୨-୬, ୫-୭, ୬-୧ ଓ ୬-୨ ସେଟରେ ପରାସ୍ତ କରିଥିଲେ । ଜେରେଭ ଦ୍ୱିତୀୟ ଥର ପାଇଁ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ହାସଲ କରିପାରି ନାହାନ୍ତି । ଅପରପକ୍ଷରେ ୨୧ ବର୍ଷୀୟ କାର୍ଲୋସଙ୍କ ଏହା ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ । ସେ ୨୦୨୨ରେ ୟୁଏସ ଓପନ ଓ ୨୦୨୩ରେ ୱିମ୍ବେଲଡନ ଟାଇଟଲ ଜିିତିଥିଲେ ।

ପ୍ରଥମ ସେଟରେ କାର୍ଲୋସ ଜିତିବା ପରେ ଜେରେଭ କ୍ରମାଗତ ୨ଟି ସେଟ ଜିତି ଅଗ୍ରଣୀ ରହିଥିଲେ । ଏହା ପରେ କାର୍ଲୋସ ଜବରଦସ୍ତ ପ୍ରତ୍ୟାବର୍ତନ କରି ୪ର୍ଥ ଓ ୫ମ ସେଟ ଜିତିବା ସହ ମ୍ୟାଚରେ ବିଜୟ ହାସଲ କରିଥିଲେ । ପୂର୍ବରୁ ମହିଳା ସିଙ୍ଗଲ୍ସରେ ଇଗା ସ୍ୱେଟୋକା ଟାଇଟଲ ଜିତିଥିଲେ ।

Leave A Reply

Your email address will not be published.