Latest Odisha News

BREAKING NEWS

ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ

ଭୁବନେଶ୍ବର: ପଦରୁ ଇସ୍ତଫା ଦେଲେ ଭକ୍ତ ଚରଣ ଦାସ । ଚଳିତ ନିର୍ବାଚନରେ କଂଗ୍ରେସ ଦଳର ଖରାପ ପ୍ରଦର୍ଶନ ପରେ ଆଜି ନିଜର ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ସେ ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର କମିଟି ଅଧ୍ୟକ୍ଷ ରହିଥିଲେ । ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଭକ୍ତ ଦାସ ଏଆଇସିସି  ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖି ପଦରୁ ଇସ୍ତଫା ଦେଇଛନ୍ତି ।

ଭକ୍ତ ଦାସ ଚଳିତ ନିର୍ବାଚନରେ ନର୍ଲା ବିଧାନସଭା ଆସନରୁ କଂଗ୍ରେସ ଟିକଟରୁ ଲଢି ପରାଜୟ ବରଣ କରିଛନ୍ତି । ଏହା ସହିତ ମଧ୍ୟ କଂଗ୍ରେସ ଦଳ ମଧ୍ୟ ଚଳିତ ନିର୍ବାଚନରେ ସେତେଟା ଭଲ ପ୍ରଦର୍ଶନ କରିନାହିଁ । ଯେଉଁ କାରଣ ଦର୍ଶାଇ ଆଜି ନିଜର ଅଧ୍ୟକ୍ଷ ପଦ ଛାଡିଛନ୍ତି ଭକ୍ତ ।

ସୂଚନାଯୋଗ୍ୟ, ପ୍ରଥମେ ଜନତା ପାର୍ଟିର କର୍ମୀ ଭାବେ ଓଡ଼ିଶା ରାଜନୀତିରେ ପାଦ ଥାପିଥିବା  ଭକ୍ତ ଚରଣ ପରବର୍ତ୍ତୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ଭକ୍ତ ଓଡ଼ିଶା ବିଧାନସଭାର ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକସଭା ସଂସଦ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯, ୧୯୯୬ ଓ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୫ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.