Latest Odisha News

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇବେ ଫରାସି ଲେଖିକା ଆନ୍ନି ଏର୍ନକ୍ସ


ଷ୍ଟକହୋମ: ସାହିତ୍ୟ ପାଇଁ ଚଳିତ ବର୍ଷ ନୋବେଲ ପାଇବେ ଫରାସୀ ଲେଖିକା ଆନ୍ନି ଏର୍ନକ୍ସ। କୋରେଜ୍‌ ଆଣ୍ଟ କ୍ଲିନିକାଲ୍ ଆକ୍ୟୁଟି (courage and clinical acuity) ଶୈଳୀର ରଚନା  ପାଇଁ  ନୋବେଲ ପୁରସ୍କାର ଦିଆଯିବାକୁ ଚୟନ କରାଯାଇଛି । ଏହି ପୁସ୍ତକରେ ବ୍ୟକ୍ତିଗତ ମତ ରଖି ର ଓ ବିଭିନ୍ନ ଭାଷା ଓ ବର୍ଗ ଆଧାରରେ ରହିଥିବା ଅସମାନତାକୁ ଦର୍ଶାଇଛନ୍ତି । ନିଜ ଲେଖାରେ ସେ ସ୍ବାଧୀନତାକୁ ପ୍ରାଧାନ୍ୟ ଦେଇଛନ୍ତି । ତାଙ୍କ ସରଳ ଲେଖା ପାଇଁ ସେ ଏହି ପୁରସ୍କାର ଦାବିଦାର ଥିଲେ ।

ଷ୍ଟକହୋମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆନ୍ନି ଏର୍ନକ୍ସ ସାହିତ୍ୟରେ ନୋବେଲ ପାଇବେ ବୋଲି ଘୋଷଣା କରାଯାଇଛି। ଆନ୍ନି ଏର୍ନକ୍ସଙ୍କର ଲେଖାଲେଖିରେ ୫୦ ବର୍ଷର ଅନୁଭବ, ଅଭିଜ୍ଞତା ରହିଛି ।  ୧୯୭୪ ମସିହାରୁ ସେ ସାହିତ୍ୟ କ୍ଷେତ୍ରରେ ନିଜର ଲେଖାଲେଖି ପାଇଁ ସମୟ ଦେଇଆସୁଛନ୍ତି ।

ଆନ୍ନି ଏର୍ନକ୍ସ ୧୯୪୦ ମସିହାରେ ଫ୍ରାନସର ନିର୍ମାଣ୍ଡିର ଏକ ଛୋଟ ସହର  ୟଭେଟେରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାଦିନରୁ ଲେଖିକା ହେବା ପାଇଁ ସ୍ବପ୍ନ ଦେଖୁଥିଲେ । ଏବେ ତାଙ୍କ ସ୍ବପ୍ନ ସଫଳ ହୋଇଛି । ତାଙ୍କୁ ନୋବେଲ ପୁରସ୍କାର ମିଳିବାକୁ ଯାଉଛି।

Comments are closed.