Latest Odisha News

BREAKING NEWS

ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଶରୀରରେ କିପରି କାର୍ଯ୍ୟ କରେ ?

ଓଡିଶା ସମ୍ବାଦ ବ୍ୟୁରୋ: ଯେତେବେଳେ ଆମ ସ୍ୱାସ୍ଥ୍ୟ ବିଷୟରେ କୌଣସି କଥା ଆଲୋଚନା କରାଯାଏ ସେତେବେଳେ ଆଣ୍ଟିଅକ୍ସିଡାଣ୍ଟର ନାମ ନିଶ୍ଚିତ ଭାବେ ନିଆଯାଏ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବା ଖାଦ୍ୟକୁ ଆମ ଥାଳିରେ ଅନ୍ତର୍ଭୁକ୍ତ କରିଥାଉ। ଫଳ କିମ୍ବା ପନିପରିବା ଖାଇବା ବେଳେ ଆମେ ଆଣ୍ଟିଅକ୍ସିଡାଣ୍ଟର ନାମ ନେଇଥାଉ। କିନ୍ତୁ ଏହି ଆଣ୍ଟିଅକ୍ସିଡାଣ୍ଟ ବିଷୟରେ ବହୁତ କମ ଧାରଣା ରହିଛି। ଆମ ଶରୀରକୁ ସୁସ୍ଥ ରଖିବାରେ ଆଣ୍ଟିଅକ୍ସିଡାଣ୍ଟ କିପରି ସହାୟକ ହୁଏ ତାହା ଅନେକ ଲୋକ ଜାଣନ୍ତି ନାହାଁନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଆଣ୍ଟିଅକ୍ସିଡାଣ୍ଟ ଆମ ଶରୀରକୁ କିପରି ସୁସ୍ଥ ରଖେ।

ଆଣ୍ଟିଅକ୍ସିଡାଣ୍ଟ ହେଉଛି ଏକ ପୋଷକ ତତ୍ତ୍ୱ। ଏହା ଆମ ଶରୀରକୁ ଫ୍ରି ରେଡିକାଲ୍ସ କାରଣରୁ ହେଉଥିବା କ୍ଷତିରୁ ରକ୍ଷା କରିଥାଏ। ଖାଦ୍ୟ ହଜମ ସମୟରେ ଆମ ଶରୀରରେ ଫ୍ରି ରେଡିକାଲ୍ସ ଉତ୍ପନ୍ନ ହୁଏ। ଏହା ଆମ ଶରୀରର କୋଷଗୁଡ଼ିକୁ ନଷ୍ଟ କରନ୍ତି। ଯେତେବେଳେ ଆମ ଶରୀରରେ ଫ୍ରି ରେଡିକାଲ୍ସର ପରିମାଣ ବଢିବାକୁ ଲାଗେ, ସେତେବେଳେ ଆମେ ରୋଗର ଶିକାର ହେଉ। କେବଳ ଏତିକି ନୁହେଁ, ବାର୍ଦ୍ଧକ୍ୟ ସମୟ ପୂର୍ବରୁ ଚର୍ମ ଢିଲା ହେଲା ଭଳି ଦେଖାଯାଏ। ଫ୍ରି ରେଡିକାଲଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଆଣ୍ଟିଅକ୍ସିଡାଣ୍ଟ କାମ କରେ।

ଆଣ୍ଟିଅକ୍ସିଡାଣ୍ଟ ଆମ ଶରୀରର କୋଷଗୁଡ଼ିକୁ ସୁରକ୍ଷା ଦେଇଥାଏ। ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଆଣ୍ଟିଅକ୍ସିଡାଣ୍ଟ ଭିଟାମିନ୍ ଏବଂ ମିନେରାଲ୍ସ ଭାବରେ ଜଣାଶୁଣା। ଭିଟାମିନ୍-ସି, ଭିଟାମିନ୍-ଇ, କାରୋଟିନଏଡ୍, ବିଟା-କାରୋଟିନ୍, ମ୍ୟାଗ୍ନେସିୟମ୍ ଏବଂ ସେଲେନିୟମ୍ ହେଉଛି ଏକମାତ୍ର ଆଣ୍ଟିଅକ୍ସିଡାଣ୍ଟ।

ଆଣ୍ଟିଅକ୍ସିଡାଣ୍ଟ ଆମ ଶରୀର ଭିତରେ ଉତ୍ପାଦିତ କ୍ଷତିକାରକ ଫ୍ରି ରେଡିକାଲ୍ସକୁ ନିୟନ୍ତ୍ରଣରେ ରଖେ। ଯାହା ଦ୍ୱାରା ଫ୍ରି ରେଡିକାଲ୍ ଆମ କୋଷକୁ କ୍ଷତି ପହଞ୍ଚାଇ ପାରେ ନାହିଁ। ସେହିପରି କୋଷଗୁଡ଼ିକରେ ହୋଇଥିବା କ୍ଷତିର ଶୀଘ୍ର ମରାମତି ପାଇଁ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ କାମ କରେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ଶରୀରରେ ଆଷ୍ଟାକ୍ସାଣ୍ଟିନ୍, ରିସଭେରାଟ୍ରୋଲ୍, କୋକ୍ୟୁ10, ଗ୍ଲୁଟାଥିଅନ୍ ଏବଂ ଆଲଫା-ଲିପୋଏକ୍ ନାମକ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ତିଆରି ହୋଇଥାଏ। ଏଥିମଧ୍ୟରୁ କିଛି ଶରୀର ଭିତରେ ତିଆରି ହୋଇଥାଏ ଏବଂ କିଛି ଆଣ୍ଟିଅକ୍ସିଡାଣ୍ଟ ଆମେ ଖାଦ୍ୟ ମାଧ୍ୟମରେ ପ୍ରାପ୍ତ କରୁ।

Leave A Reply

Your email address will not be published.