Latest Odisha News

BREAKING NEWS

ଫ୍ରାନ୍ସରୁ ଭାରତ ଆସୁଛି ଆଉ ୩ଟି ରାଫେଲ

ନୂଆଦିଲ୍ଲୀ : ଭାରତ ଆସୁଛି ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ୩ଟି ଲଢୁଆ ଯୁଦ୍ଧ ବିମାନ ରାଫେଲ ଫ୍ରାନ୍ସରୁ ଉଡାଣ ଭରିସାରିଛି । ଏନେଇ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାପୂର୍ବରୁ ୩୧ ମାର୍ଚ୍ଚରେ ୩ଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଥିଲା । ତେବେ ବର୍ତ୍ତମାନ ଆସୁଥିବା ୩ ରାଫେଲକୁ ମିଶାଇ ଏହି ବିମାନ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଗତ ବର୍ଷ ଜୁଲାଇ ୨୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଭାରତକୁ ୫ଟି ରାଫେଲ ଯୁଦ୍ଧ ବିମାନ ହସ୍ତାନ୍ତର କରିଥିଲା ଫ୍ରାନ୍ସ । ସୂଚନା ଅନୁସାରେ, ଗତ ୨୦୧୬ ମସିହାରେ ୩୬ଟି ରାଫେଲ ଲଢୁଆ ଯୁଦ୍ଧ ବିମାନ ଦେବା ପାଇଁ ଫ୍ରାନ୍ସ ସହ ୫୮ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା ।

Leave A Reply

Your email address will not be published.