Latest Odisha News

BREAKING NEWS

ଜି୭ ବୈଠକରେ ଯୋଗ ଦେବାକୁ ଯାଇଥିବା ଦୁଇ ଭାରତୀୟଙ୍କୁ କରୋନା

ଲଣ୍ଡନ: ଲଣ୍ଡନରେ ଜି୭ ବୈଠକରେ ଯୋଗ ଦେବାକୁ ଯାଇଥିବା ଭାରତର ୨ଜଣ ପ୍ରତିନିଧି କରୋନା ସଂକ୍ରମିତ ଥିବା ଜଣାପଡିଛି । ବର୍ହିବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଏ ନେଇ ସୂଚନା ଦେଇଛନ୍ତି । ଆମର ୨ଜଣ ପ୍ରତିନିଧି ସଂକ୍ରମିତ ହୋଇଥିବାରୁ ସମସ୍ତେ ଏବେ ଏକାନ୍ତବାସରେ ରହିଛୁ । ତେବେ ଭର୍ଚୁଆଲ ବୈଠକରେ ସମସ୍ତ ଆଲୋଚନାରେ ଭାଗ ନେବେ ବୋଲି ସେ ଟୁଇଟ କରି ଜଣାଇଛନ୍ତି ।

ବ୍ରିଟେନର ଲାଗୁ କରାଯାଇଥିବା ନୂଆ ନିୟମ ଅନୁସାରେ ସଂକ୍ରମିତ ପ୍ରତିନିଧିଙ୍କୁ ୧୦ ଦିନ ଆଇସୋଲେଶନରେ ରହିବାକୁ ପଡେ । ଭାରତ ଏହି ବୈଠକରେ ଗେଷ୍ଟ ଭାବେ ଯୋଗ ଦେଇଛି ।

Leave A Reply

Your email address will not be published.