ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଚରେ ଭାରତୀୟ ସେନାର ଅପରେସନ୍ ‘ଲାସାନା’ ଜରିଆରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏହି ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ସୀମାରୁ ଆତଙ୍କୀ କାର୍ଯ୍ୟକଳାପ ମୂଳପୋଛ କରିବାକୁ ଭାରତୀୟ ସେନା ଓ ଜମ୍ମୁ-କାଶ୍ମୀର ପୋଲିସର ମିଳିତରେ କୋମ୍ବିଂ ଅପରେସନ୍ ଜୋରଦାର ହୋଇଛି। ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି।
ସୋମବାର ମଧ୍ୟରାତିରେ ପୁଞ୍ଚର ସୁରାନକୋଟ ଲାସାନା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ଗୁଇନ୍ଦା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଅପରେସନ୍ ‘ଲାସାନା’ ଲଞ୍ଚ କରିଥିଲା ସେନା। ସ୍ଥାନୀୟ ଅଞ୍ଚଳରେ ଅତିରିକ୍ତ ସେନା ମୁତୟନ ହୋଇଛନ୍ତି।
ସୂଚନା ଥାଉକି, ଗତ ୧୧ ତାରିଖରେ ଜମ୍ମୁ-କାଶ୍ମୀରର କିସ୍ତୱାରା ଜିଲ୍ଲା ଚତ୍ରୁ ଜଙ୍ଗଲରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜୈସ୍ କମାଣ୍ଡର ସୈଫୁଲ୍ଲା ନିପାତ ହୋଇଥିଲା। କିସ୍ତୱାରା ଅଞ୍ଚଳରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଆଗକୁ ମଧ୍ୟ କୋମ୍ବିଂ ଅପରେସନ ଜୋରଦାର ହେବ।
Comments are closed.