Latest Odisha News

BREAKING NEWS

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ଗୁରୁତର ତ୍ରୁଟି, ଜାଣନ୍ତୁ କଣ ରହିଛି ଭୁଲ

ଭୁବନେଶ୍ୱର: ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାହିତ୍ୟ ବହିରେ ପୁଣି ନୂଆ ତ୍ରୁଟି ଚିହ୍ନଟ ହୋଇଛି, ଯାହା ନୂତନ ପ୍ରକାଶିତ ପାଠ୍ୟପୁସ୍ତକକୁ ନେଇ ବିବାଦକୁ ଅଧିକ ଜଟିଳ କରିଛି। ପୂର୍ବରୁ ଅନେକ ଭୁଲ ପାଇଁ ବ୍ୟାପକ ସମାଲୋଚନାର ଶିକାର ହୋଇସାରିଛି। ଏବେ ପୁଣି ଏକ ଭୁଲ ନୂଆ ବିବାଦ ସୃଷ୍ଟି କରିଛି। ସୂଚନା ଅନୁସାରେ ପ୍ରଥମ ଶ୍ରେଣୀ ଝୁଲଣା-୧ ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା। ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ ଲେଖା ହୋଇଛି। ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି। ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପ୍ରଥମ ଅକ୍ଷର ‘ଚ’ ରହିଛି। ଏହାପରେ ଟ, ମ, ଗ ଏବଂ ର ରହିଛି। ଏହାପରେ ଯାଇ ଆସୁଛି ‘ଅ’ ଓ ‘ଆ’ ଏବଂ ତା ପରେ ‘ଝ’ ଓ ‘କ’ ।

ସବୁଠୁ ବଡ଼କଥା ହେଉଛି ଦେଶଭକ୍ତି ସଙ୍ଗୀତରେ ବି ଭୁଲ୍ । ବହି ଆରମ୍ଭରୁ ବା ସୂଚୀପତ୍ର ପୂର୍ବରୁ ‘ବନ୍ଦେ ଉତ୍କଳ ଜନନୀ’ ଓ ‘ଆମ ଜାତୀୟ ସଙ୍ଗୀତ’ ଲେଖା ହୋଇଛି । ବନ୍ଦେ ଉତ୍କଳ ଜନନୀରେ ‘ଘନ ଘନ ବନଭୂମି’କୁ ‘ଘନ ବନଭୂମି’ ଲେଖା ହୋଇଥିବା ବେଳେ ଜାତୀୟ ସଙ୍ଗୀତରେ ଉତ୍କଳ ବନାନ ମଧ୍ୟ ଭୁଲ୍ ରହିଛି । ଯାହାକୁ ନେଇ ଅବିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ପ୍ରଥମ ଶ୍ରେଣୀ ବହି ତ୍ରୁଟି ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାର ଚାହୁଁଛନ୍ତି ଭବିଷ୍ୟତ ପିଢ଼ି ମୁର୍ଖ ହୁଅନ୍ତୁ। କେତେ ଭୁଲ କଥା କହି ସେମାନଙ୍କୁ ଭୁଲେଇ ହେବ ସେ କଥା ସରକାର କରୁଛନ୍ତି। କିନ୍ତୁ ସରକାର ସଜାଗ ହେଉନାହାନ୍ତି। ନହେଲେ ବାରମ୍ବାର ଏମିତି ଭୁଲ କରନ୍ତେ ନାହିଁ। ତେବେ ପ୍ରମିଳା ମଲ୍ଲିକଙ୍କ ଅଭିଯୋଗର ଜବାବ ରଖିଛି ବିଜେପି। ସରକାର ମାନିଛନ୍ତି ବହିରେ ତ୍ରୁଟି ହୋଇଛି ବୋଲି। ସେଥିପାଇଁ ପଦକ୍ଷେପ ନେଇଛନ୍ତି ଗୋଟିଏ ରିଫର୍ମ ଆଣିଲେ ଏମିତି ସବୁ ତ୍ରୁଟି ସାମ୍ନାକୁ ଆସେ। କିନ୍ତୁ ବିଗତ ସରକାର ଚାହୁଁନଥିଲେ ରିଫର୍ମ ଆସୁ ବୋଲି କହିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ।

Comments are closed.