Latest Odisha News

BREAKING NEWS

ମଣିପୁରରେ ପୁଣି ହିଂସା: ରାହୁଲ ଗାନ୍ଧୀଙ୍କ ଗସ୍ତ ବେଳେ ବିଜେପି ଅଫିସ୍ ଉପରେ ଟାର୍ଗେଟ୍

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନି। ରାହୁଲ ଗାନ୍ଧୀ ମଣିପୁର ଗସ୍ତରେ ଥିବା ବେଳେ ପୁଣି ହିଂସା ତେଜିଛି। ଇମ୍ଫାଲ୍ ହାର୍ଟ୍‌ କୁହାଯାଉଥିବା ଖୱାରିବନ୍ଦ ବଜାରରେ ଲୋକଙ୍କ ଭିଡ଼ ଜମିଛି। ଭିଡ଼ ଘୌଡ଼ାଇବାକୁ ପୁଲିସ ଲୁହ ବୁହା ଗ୍ୟାସ୍ ମାଡ଼ କରିଛି। ବର୍ତ୍ତମାନ ସ୍ଥିତି ଉତ୍ତେଜନପୂର୍ଣ୍ଣ ରହିଛି।

ଆଜି ସକାଳେ କାଙ୍ଗୋପୋକବୀ ଜିଲ୍ଲାରେ ବନ୍ଧୁକର ଗୁଳି ବାଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ସେହି ବ୍ୟକ୍ତିଙ୍କ ମୃତଦେହକୁ ଏକ ପାରମ୍ପରିକ କଫିନ ଆଣି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେବାକୁ ଚାହୁଁଥିଲେ ଲୋକେ।   ଫଳରେ ଖୱାରିବନ୍ଦରେ ଭିଡ଼ ଦେଖିବାକୁ ମିଳିଥିଲା। ମିଲୀରେ ଥିବା ବିଜେପି ପାର୍ଟି ଅଫିସ୍‌ ଉପରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।

ସୂଚନା ଥାଉକି ମଣିପୁରରେ ହିଂସା କମିବାର ନାଁ ନେଉନି। କେନ୍ଦ୍ର ଓ ରାଜ୍ୟ ସରକାରରେ ଚୌକୀରେ ବସି ବାରମ୍ବାର ସ୍ଥିତି ଅନୁଧ୍ୟାନ କଲେ ଫଳ ଶୂନ। ଫଳରେ ହିଂସାରେ ଶତାଧିକ ଲୋକଙ୍କ ଜୀବନ ଯାଇ ସାରିଲାଣି

ମାଇତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦେବାକୁ ବିରୋଧ କରୁଛି ମଣିପୁରରେ କୁକି ଓ ଅନ୍ୟ ଆଦିବାସୀ ସମ୍ପ୍ରଦାୟ। ଏଥିପାଇଁ ମେ ୩ ତାରିଖରେ ‘ଆଦିବାସୀ ଏକତା ପଦଯାତ୍ରା’ ଆୟୋଜନ ହୋଇଥିଲା। ଏହିଠାରୁ ହିଁ ହିଂସା ଆରମ୍ଭ ହୋଇଥିଲା।

ମଣିପୁରର ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ ମାଇତେଇ ସମ୍ପ୍ରଦାୟର ହୋଇଥିବା ବେଳେ ଏମାନେ ଇମ୍ଫାଲ୍ ଉପତ୍ୟକାରେ ବାସ କରନ୍ତି।ଆଦିବାସୀ – ନାଗା ଏବଂ କୁକିସ୍ – ଜନସଂଖ୍ୟାର ୪୦ ପ୍ରତିଶତ। ଏମାନେ ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ନିଜ ଆଧିପତ୍ୟ ବିସ୍ତାର କରିଛନ୍ତି।

Comments are closed.