Latest Odisha News

BREAKING NEWS

ବନ୍ଧୁ ହେବ ତ ଏମିତି : ବନ୍ଧୁର ଫୋନ ପାଇଁ ବରଫ ହ୍ରଦରେ ପଶିଲେ ଯୁବକ

ଆଜିକାଲି ସୋସିଆଲ ମିଡିଆରେ ବନ୍ଧୁତାକୁ ନେଇ ଅନେକ କାହାଣୀ ଦେଖିବାକୁ ମିଳେ । ଏହାକୁ ଦେଖିବା ପରେ ଅଧିକାଂଶ ଭାବପ୍ରବଣ ମଧ୍ୟ ହୋଇଯାଇଥାନ୍ତି । ଏବେ ସେମିତି ବନ୍ଧୁତାକୁ ନେଇ ଏକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ହଜିଯାଇଥିବା ଫୋନ୍ ଉଦ୍ଧାର କରିବା ପାଇଁ ବରଫ ପାଣିରେ ବୁଡ଼ୁଛନ୍ତି । ଆଉ ଏହି ଭିଡ଼ିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, କିଛି ଲୋକ ବରଫରେ ଆଚ୍ଛାଦିତ ଏକ ହ୍ରଦ ନିକଟରେ ଠିଆ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଶରୀରରେ ଦଉଡି ବନ୍ଧା ହୋଇଛି । ସେ ବରଫ ଭିତରେ ଥିବା ଏକ ଛୋଟ ଗର୍ତ୍ତ ଭିତରେ ପଶିବାକୁ ଉଦ୍ୟମ କରୁଛନ୍ତି । ପରେ ବ୍ୟକ୍ତି ଜଣକ ସେହି ବରଫ ପାଣି ଭିତରେ ପଶିଯାଉଛନ୍ତି । କିଛି ସମୟ ପରେ ଉପରେ ଥିବା କିଛି ଲୋକଙ୍କ ମଧ୍ୟରୁ ଜଣେ ତାଙ୍କ ଦଉଡ଼ିକୁ ଟାଣୁଛନ୍ତି । ଭିତରେ ପଶିଥିବା ବ୍ୟକ୍ତି ଜଣକ ହାତରେ ଗୋଟେ ମୋବାଇଲ ଧରି ବାହାରକୁ ଆସୁଛନ୍ତି । ଭିଡିଓର କ୍ୟାପସନରେ ଲେଖାଯାଇଛି, ବରଫ ହ୍ରଦରେ ଫ୍ରେଣ୍ଡର ଫୋନ୍ ହଜିଯାଇଛି, ତେଣୁ ତାଙ୍କୁ ସାହାଯ୍ୟ କରିବାକୁ ଏପରି କରୁଛି ।

ଏହି ଭିଡିଓ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହେବା ସହ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଅନେକ ଲେଖିଛନ୍ତି, ସମସ୍ତଙ୍କ ଜୀବନରେ ଏପରି ବିଶ୍ୱସ୍ତ ବନ୍ଧୁ ରହିବା ଉଚିତ୍ । ଆଉ କିଛି ଲେଖିଛନ୍ତି, ଏହାକୁ ବନ୍ଧୁତା କୁହାଯିବ ନାହିଁ । ଏହି ବ୍ୟକ୍ତି ପାଗଳାମି କରୁଛନ୍ତି । ସାଙ୍ଗମାନଙ୍କ ମଧ୍ୟରେ ଏପରି ମଜା ଘଟେ, କିନ୍ତୁ ସୁରକ୍ଷାକୁ ଧ୍ୟାନରେ ରଖିବା ଉଚିତ୍ ବୋଲି ଆଉ କିଛି ମତ ଦେଇଛନ୍ତି ।

Comments are closed.