Latest Odisha News

BREAKING NEWS

ଷ୍ଟାର ଫୁଟବଲର କିଲିୟନ ଏମ୍ବାପ୍ପେଙ୍କୁ ବିକ୍ରୀ କରିବ ପିଏସଜି

ପ୍ୟାରିସ: ଫ୍ରାନ୍ସର ଷ୍ଟାର ଫୁଟବଲ ଖେଳାଳି କିଲିୟନ ଏମ୍ବାପ୍ପେ ଓ ପ୍ୟାରିସ ସେଂଟ ଜର୍ମନ କ୍ଲବ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏପରିକି ପିଏସଜି ଏମ୍ବାପ୍ପେଙ୍କୁ ବିକ୍ରୀ କରିବା ପାଇଁ ନିଷ୍ପତି ନେଇଛି । ପିଏସଜି ଜାପାନ ଗସ୍ତ ପାଇଁ ଟିମ ଚୟନ କରିଛି । ଏହି ଟିମରେ ଏମ୍ବାପ୍ପେଙ୍କୁ ସ୍ଥାନ ମିଳି ନାହିଁ । ସେ ଏବେ ଟ୍ରାନ୍ସଫର ମାର୍କେଟରେ ଉପଲବ୍ଧ ହେବେ । ପୂର୍ବରୁ ଆର୍ଜେଟିଂନାର ମହାନ ଖେଳାଳି ଲିଓନେଲ ମେସି ମଧ୍ୟ କ୍ଲବକୁ ଅଲବିଦା କହିଥିଲେ । ଏହା ପରେ ଏମ୍ବାପ୍ପେ ସ୍ପଷ୍ଟ କରିଥିଲେ ଯେ, ୨୦୨୪ ପରେ ସେ ଏହି ଚୁକ୍ତି ମିଆଦ ବୃଦ୍ଧି କରିବାକୁ ଚାହୁଁ ନାହାନ୍ତି । ୨୦୨୨ରେ ପିଏସଜି ସହ ଚୁକ୍ତି ବେଳେ ସେ ୨୦୨୫ ପର୍ଯ୍ୟନ୍ତ ରହିବେ ବୋଲି କହିଥିଲେ ।

ଏଥିରେ ମତ ପରିବର୍ତନ କରିବାରୁ କ୍ଲବ ଓ ତାଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏବେ ଅନ୍ୟ କ୍ଲବ ଏମ୍ବାପ୍ପେଙ୍କୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ରିପୋର୍ଟ ମୁତାବକ ରିୟଲ ମାଡ୍ରିକ ସହ ସେ ଯିବା ପାଇଁ ସହମତ ହୋଇଛନ୍ତି । ତେବେ ଅର୍ଥ ଓ ଚୁକ୍ତି ମିଆଦ ସମ୍ପର୍କରେ ଚୂଡାନ୍ତ ହୋଇ ନ ଥିବାରୁ ଏମ୍ବାପ୍ପେ ଅପେକ୍ଷା କରିଛନ୍ତି । ଦୁଇ ଷ୍ଟାର ଖେଳାଳି ମେସି ଓ ଏମ୍ବାପ୍ପେ ଓହରିଗଲେ ପିଏସଜି ଦୁର୍ବଳ ହୋଇଯିବେ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.