କଟକ: ୪ ହଜାର ଟଙ୍କା ବନ୍ଧୁ ନେଇଯାଇଥିବା ସନ୍ଦେହ କରି ପଥରରେ ଛେଚି କଲା ହତ୍ୟା ବନ୍ଧୁ । କଟକ ଖାନନଗରରେ ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ଘଟଣାରେ ଯୋବ୍ରା ଅଞ୍ଚଳର ଅଭିଯୁକ୍ତ ଅଶୋକ ସାମଲକୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ । କଟକ ଡିସିପି ଏ ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।
ସୂଚନାଥାଉକି, ଘଟଣା ସମୟର ସିସିଟିଭି ଫୁଟେଜ ପୋଲିସ ଜବତ କରିଥିଲା ଏହା ତଦନ୍ତରେ ସହାୟକ ହୋଇଥିଲା ।
ଖବରମୁତାବକ,ମୃତ ଯୁବକ ହେଲେ ପପୁ । ପପୁ ଓ ଅଶୋକ ଉଭୟ ସାଙ୍ଗ ଥିଲେ । ଗତ ୧୦ ତାରିଖ ରାତିରେ ଉଭୟ ମଦ ପିଇଥିଲେ । ଏହାପରେ ପପୁ ଖାନନଗର ନିକଟରେ ରହୁଥିବା ଘରକୁ ପଳେଇ ଆସିଥିଲା । ତେବେ ଅଶୋକ ଖାନନଗର ମଣି ମନ୍ଦିର ନିକଟରୁ ପୁଣି ପପୁ ପାଖକୁ ଆସିଥିଲା । ସନ୍ଦେହ କରିଥିଲା ତା ପାଖରେ ଥିବା ୪ ହଜାର ଟଙ୍କା ଅଶୋକ ନେଇଯାଇଛି । ଏହାପରେ ତାକୁ ଟଙ୍କା ମାଗିଥିଲା । ପପୁ କହିଥିଲା ତୁ ମୋତେ ଟଙ୍କା ଦେଇନାହୁଁ । ଏହାପରେ ଉତ୍ୟକ୍ତ ହୋଇ ଅଶୋକ ପପୁକୁ ପଥରରେ ଛେଚି ହତ୍ୟା କରିଥିଲା ବୋଲି ଡିସିପି କହିଛନ୍ତି ।