Latest Odisha News

BREAKING NEWS

Murder: ଭୁଲିଗଲେ ବନ୍ଧୁତା…ଭୋଜି ବେଳେ ବଚସାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ବଲାଙ୍ଗୀର: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା କଲା ସାଙ୍ଗ । ଘଟଣାଟି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ଅଞ୍ଚଳର ଅନ୍ତର୍ଲା ଗାଁରେ। ମୃତକ ଅବସରପ୍ରାପ୍ତ ପୁଲିସ୍‌ କର୍ମଚାରୀ ମୀନକେତନ ଭୋଇଙ୍କ ପୁଅ ସୁଜିତ୍ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଦୁଇ ଜଣ ସାଙ୍ଗ ଏକାଠି ହୋଇ କୌଣସି ଏକ ସ୍ଥାନକୁ ଭୋଜି କରିବାକୁ ଯାଇଥିଲେ। ହେଲେ ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯାହାକୁ ନେଇ ଜଣେ ସାଙ୍ଗ ନିଶାସକ୍ତ ଅବସ୍ଥାରେ ଅନ୍ୟ ଜଣେ ସାଙ୍ଗକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା। ଏପରିକି ମଦ ବୋତଲରେ ମୁଣ୍ଡ ମଧ୍ୟ ଫଟାଇ ଦେଇଥିଲା।

ତେବେ ଏନେଇ ପୁଲିସ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ସାମଗ୍ରୀକୁ ଜବତ କରି ୪ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି।

Comments are closed.