Latest Odisha News

BREAKING NEWS

ମଳଦ୍ଵାର ପଟେ ଗ୍ଲାସ୍ ପୁରାଇବା ଘଟଣା; ମାନବାଧିକାର କମିଶନରେ ଅଭିଯୋଗ ପରେ ତନାଘନା

ବ୍ରହ୍ମପୁର: ଗଞ୍ଜାମ ଜିଲାର ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମର କୃଷ୍ଣ ରାଉତଙ୍କ ମଳଦ୍ଵାର ପଟେ ଗ୍ଲାସ୍ ପୂରାଇବା ଘଟଣାରେ ନୂଆ ମୋଡ଼ ଆସିଛି। ଅସ୍ତ୍ରୋପଚାର କରାଯାଇ ପେଟରୁ ଗ୍ଲାସ କଢ଼ାଯାଇଛି ଏବଂ ବ୍ୟକ୍ତି ଜଣକ ସୁସ୍ଥ ଥିବା ଜଣାପଡ଼ିଛି ।

ତେବେ ଘଟଣା ପଦାକୁ ଆସିବା ବେଳେ ଏଭଳି ଅମାନବୀୟ କାଣ୍ଡକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହୋଇଥିଲା । ଘଟଣାର ପୃଷ୍ଠଭୂମି ଯାହା ବି ଥାଉ, ଏହା ଅମାନବୀୟ ଠାରୁ ଆହୁରି ସାଂଘାତିକ।

ଏବେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ଗୁଜୁରାଟ ମାନବାଧିକାର କମିଶନ।  କମିଶନଙ୍କ ପକ୍ଷରୁ ବ୍ରହ୍ମପୁର ସ୍ଥିତ ବୈଦ୍ୟନାଥପୁର ଥାନାକୁ ଘଟଣାର ସମସ୍ତ ବିବରଣୀ ମଗାଯାଇଛି।

ବର୍ତ୍ତମାନ ଗ୍ଲାସ କିପରି ପଶିଥିଲା ଏବଂ ଅସ୍ତ୍ରୋପଚାରର ବିବରଣୀ ପୋଲିସ ସଂଗ୍ରହ କରୁଛି। ଅସ୍ତ୍ରୋପଚାର କରିଥିବା ଏମକେସିଜିର ଡାକ୍ତରଙ୍କ ସହ ଯୋଗାଯୋଗ କରି ଏକ ବିବରଣୀ ପ୍ରସ୍ତୁତ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଏହାକୁ ତୁରନ୍ତ ଗୁଜୁରାଟ ମାନବ ଅଧିକାର କମିଶନଙ୍କ ନିକଟକୁ ପଠାଯିବ ।

ଏହି ଘଟଣା ନେଇ କୃଷ୍ଣ ନିଜେ ଗୁଜୁରାଟ ମାନବାଧିକାର କମିଶନରେ ଅଭିଯୋଗ କରିଥିଲେ। ସେ ଦର୍ଶାଇଥିଲେ ଯେ, ସେ ଦୀର୍ଘ ୨୭ ବର୍ଷ ହେଲା ଗୁଜୁରାଟରେ ରହୁଥିଲେ ।

ଅଗଷ୍ଟ ୧ ତାରିଖରେ ସେ ନିଜ ଘରୁ ନିକଟସ୍ଥ କୌଣସି ଏକ ସ୍ଥାନକୁ ରାତିରେ ଶୌଚ କରିବାକୁ ଯାଇ ଫେରୁଥିଲେ । ଏହି ସମୟରେ କିଛି ମଦ୍ୟପ ଯୁବକଙ୍କ ହାବୁଡ଼ରେ ସେ ପଡ଼ିଯାଇଥିଲେ ।

ମଦ୍ୟପ ଯୁବକମାନେ କୃଷ୍ଣଙ୍କୁ ମାଡ଼ ମାରିବା ସହ ତାଙ୍କ ହାତ ଓ ଗୋଡ଼କୁ ଜୋର ଜବରଦସ୍ତ ଧରି ତାଙ୍କ ମଳଦ୍ବାରରେ ଏକ ଷ୍ଟିଲ ଗ୍ଲାସକୁ ପୂରାଇ ଦେଇଥିଲେ ।

କୃଷ୍ଣ କିଛି ବୁଝିବା ପୂର୍ବରୁ ଗ୍ଲାସଟି ତାଙ୍କ ପେଟରେ ପଶି ଯାଇଥିଲା । ତାଙ୍କ ପେଟରେ ଗ୍ଲାସ ପଶିଥିବା ସେ ଜାଣି ପାରିନଥିଲେ । ପେଟ କାଟିବା ପରେ ସେ ସୁରଟରୁ ତୁରନ୍ତ ତାଙ୍କ ଗାଁକୁ ଫେରୁଥିଲେ । ପେଟ ଯନ୍ତ୍ରଣା ଅଧିକ ହେବାରୁ ସେ ଏମ୍‌କେସିଜି ଆସି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ।

ଡାକ୍ତର ଏକ୍ସରେ କରିବା ପରେ ପେଟରେ ଏକ ଗ୍ଲାସ ଥିବା ଦେଖିବାକୁ ମିଳିଥିଲା । ଅଗଷ୍ଟ ୧୯ରେ ସର୍ଜରୀ ବିଭାଗର ଡାକ୍ତରମାନେ କୃଷ୍ଣଙ୍କ ଅନ୍ତଃନଳୀ କାଟି ଗ୍ଲାସଟିକୁ ବାହାର କରିଥିଲେ ।

ତେବେ ଗ୍ଲାସଟି କିପରି ମଳଦ୍ଵାର ଦେଇ ପେଟକୁ ଗଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦେହ ଘେଗରେ ହିଁ ରହିଛି ।

Leave A Reply

Your email address will not be published.