Latest Odisha News

BREAKING NEWS

ମିଶନ ୨୦୨୪: ମନ୍ତ୍ରୀ ଦେବେ ରିପୋର୍ଟ, ସମୀକ୍ଷା କରିବେ ଶାହ, ନଡ୍ଡା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି (ସେପ୍ଟେମ୍ବର ୬) ବିଜେପିର ବଡ ବୈଠକ ବସିବାକୁ ଯାଉଛି। ଏହି ବୈଠକ ଅପରାହ୍ନ ୪ଟା ୩୦ ସମୟରେ ଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ରାଜନୈତିକ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହି ବୈଠକରେ ଦଳର ଆଗାମୀ ଯୋଜନା ପାଇଁ ସାଂଗଠନିକ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ।

ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା ଏବଂ ବି.ଏଲ୍ ସନ୍ତୋଷ ଉପସ୍ଥିତ ରହିବେ। ଏହି ବୈଠକରେ କେନ୍ଦ୍ରର ମୋଦୀ ସରକାରଙ୍କ କ୍ଲଷ୍ଟର ଇନଚାର୍ଜ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ୧୪୪ ଲୋକସଭା ନିର୍ବାଚନମଣ୍ଡଳୀକୁ ବିଭିନ୍ନ କ୍ଲଷ୍ଟରରେ ବିଭକ୍ତ କରାଯାଇଛି ଏବଂ ପ୍ରତ୍ୟେକ କ୍ଲଷ୍ଟରର ଦାୟିତ୍ୱରେ ଜଣେ ମନ୍ତ୍ରୀ ରହିଛନ୍ତି। ଏହି କ୍ଲଷ୍ଟର ମନ୍ତ୍ରୀମାନେ ହେଲେ ସ୍ମୃତି ଇରାନୀ, ଧର୍ମେନ୍ଦ୍ର ପ୍ରଧାନ, ପୀୟୁଷ ଗୋୟଲ, ଭୁପେନ୍ଦ୍ର ଯାଦବ, ଅନୁରାଗ ଠାକୁର, ନରେନ୍ଦ୍ର ସିଂ ତୋମାରଙ୍କ ସମେତ ପ୍ରାୟ ୧୪-୧୫ ମନ୍ତ୍ରୀ ରହିଛନ୍ତି।

ସୂଚନାନୁସାରେ, ମୋଦୀ ସରକାରଙ୍କ ଏହି ମନ୍ତ୍ରୀଙ୍କମାନେ ଲୋକସଭା ନିର୍ବାଚନ ନେଇ ରିପୋର୍ଟ ଦେବେ। ପ୍ରାୟ ୧୪୪ ଲୋକସଭା ନିର୍ବାଚନମଣ୍ଡଳୀର ମୂଳ ସ୍ଥିତି ଏବଂ ବିଜୟ ପାଇଁ ନିଆଯିବାକୁ ଥିବା ପଦକ୍ଷେପ ଉପରେ ରିପୋର୍ଟ ଦେବେ।

ସୂଚନାଯୋଗ୍ୟ, ମେ ୨୫ରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡା ପ୍ରାୟ ୧୪୪ ଟି ଲୋକସଭା ଆସନ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆସନ ଗୁଡିକରେ ବିଜେପି ନିର୍ବାଚନରେ ହାରିଥିଲା । ଏବଂ ଏହି ଆସନରେ ଜିତିବାର ସମ୍ଭାବନା କଣ ରହିଛି ରିପୋର୍ଟ ଦେବାକୁ କହିଥିଲେ। ଏହି କ୍ରମରେ ମୋଦୀ ସରକାରଙ୍କ ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ୨ କିମ୍ବା ୩ଟି ଲୋକସଭା ଆସନର ଦାୟିତ୍ୱ ଦିଆଯାଇ ସ୍ଥିତି ପଖିବାକୁ କୁହାଯାଇଥିଲା। ଆଉ ଅଗଷ୍ଟ ୩୧ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଯେଉଁସବୁ ମନ୍ତ୍ରୀଙ୍କୁ ୧୪୪ଟି ଆସନର ଦାୟିତ୍ୱ ଦିଆଯାଇଛି ସେମାନେ ସମସ୍ତେ ମୋଦୀ-ଶାହଙ୍କ ବିଶ୍ୱସ୍ତ ବୋଲି କୁହାଯାଉଛି। ଆଜିର ବୈଠକରେ ଏହି ସବୁ ପ୍ରସଙ୍ଗରେ ଶାହ ନଡ୍ଡା ଏବଂ ଅନ୍ୟାନ୍ୟ ନେତା ଆଲୋଚନା କରିବେ।

Leave A Reply

Your email address will not be published.