Latest Odisha News

BREAKING NEWS

‘ଆଜି ବିଶ୍ବ ବନ୍ଧୁତ୍ବ ଦିବସ’, ଜାଣନ୍ତୁ କାହିଁକି ହୁଏ ପାଳିତ

ଭୁବନେଶ୍ବର: ଆଜି ସାରା ବିଶ୍ୱ ପାଳନ କରୁଛି ବନ୍ଧୁତ୍ୱ ଦିବସ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ବନ୍ଧୁତ୍ୱ ଦିବସ’ ଭାବେ ବିଶ୍ୱବାସୀ ପାଳନ କରିଥାଆନ୍ତି ।

ଏହି ‘ବନ୍ଧୁତ୍ୱ ଦିବସ’ଟି ଅଗଷ୍ଟ ୨ ତାରିଖ ୧୯୩୦ ମସିହାରେ ହାଲମାର୍କ କାର୍ଡ଼ କମ୍ପାନୀର ଜୋସ ହାଲଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।

ତେବେ ୧୯୯୮ ମସିହାରେ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ କୋଫି ଆନନଙ୍କ ପତ୍ନୀ ନାନେ ଆନନ ବିଶ୍ୱ ମୈତ୍ରି ଲାଗି ଦୂତ ହୋଇ ବିଶ୍ୱ ବନ୍ଧୁତା ଲାଗି କାର୍ଯ୍ୟ କରିଥିଲେ ।

ଭାରତରେ ଏହି ଦିବସଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯିବା ସହିତ ବିଭିନ୍ନ ସ୍ଥାନରେ ବନ୍ଧୁମାନେ ଏକତ୍ରିତ ହୋଇ ଭୋଜି କରିବାର ଦେଖାଯାଇଥାଏ ।

ଯେଉଁ ବନ୍ଧୁମାନେ ଦୂରରେ ରହିଥାଆନ୍ତି ସେମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ପଠାଇଥାଆନ୍ତି।

Leave A Reply

Your email address will not be published.