Latest Odisha News

BREAKING NEWS

ରାଜଧାନୀରେ ପୁଣି ଏନକାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ପୋଲିସ ଏନକାଉଣ୍ଟର ଯୋଗୁଁ ରବିବାର ଦିନ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି ।

ଆହତ ଅପରାଧୀ ମାନଙ୍କ ନାମ ସିପୁନ କବି ଓ ହରେକୃଷ୍ଣ ସ୍ୱାଇଁ ବୋଲି ଜଣାପଡିଛି ।

ଉଭୟଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ଏହି ଦୁଇଜଣ ଅପରାଧିଙ୍କୁ ଚିକିତ୍ସା ନିମନ୍ତେ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ସେମାନଙ୍କ ଠାରୁ ଗୋଟିଏ ମାଉଜର, ଖେଳନା ବନ୍ଧସ୍ୱଳ, କିଛି ଟଙ୍କା ସହିତ ଏକ ବାଇକ୍ ଜବତ କରିଛି ।

ମିଳିଥିବା ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ଭୁବନେଶ୍ୱରସ୍ଥିତ ବଡଗଡ ଚିଲିପୋଖରୀ ଅଞ୍ଚଳରେ କମିଶନରେଟ୍ ପୋଲିସ ଚଢାଉ କରି ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ପୋଲିସ୍ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିଲା।

ତେବେ ଉଭୟଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.