Latest Odisha News

ବର୍ଷା ପାଇଁ ଅନ୍ଧ ବିଶ୍ୱାସ… .

ଭୁବନେଶ୍ୱର: କରୋନା କାଳରେ ଦେଶରେ ସଙ୍କଟ ଜନକ ସ୍ଥିତିରେ ଲୋକେ । ଆଉ ତା ଭିତରେ ଏକ ବିଚିତ୍ର ଦୃଶ୍ୟ ସାମନାକୁ ଆସିଛି । କରୋନା ଆଉ ଗ୍ରୀଷ୍ମପ୍ରବାହରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଆଉ ତା ଭିତରେ ବର୍ଷା ମୁନ୍ଦାଏ ପାଇଁ କିଛି ଲୋକ ଅନ୍ଧିବଶ୍ୱାସର ବଶବର୍ତ୍ତୀ ହୋଇ ଏମିତି କିଛି କାଣ୍ଡ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ତ୍ରିପୁରାରେ । ଏକ ଚା’ବଗିଚାର କିଛି କର୍ମଚାରୀ ଏକାଠି ହୋଇ ବର୍ଷା ପାଇଁ ପ୍ରାଥନା କରିଛନ୍ତି । ଆଉ ଏନେଇ ଆପଣାଇଛନ୍ତି ଏକ ନିଆରା ବାହାଘର । ତା ପୁଣି ବେଙ୍ଗବେଙ୍ଗୁଲୀ ବାହାଘର ।

ସମ୍ପୁର୍ଣ୍ଣ ପାରମ୍ପରିକ ରୀତିର ସହ ନୂତନ ପୋଷାକ ପିନ୍ଧାଇ ଖାଦ୍ୟପେୟର ଆସର ଜମାଇଛନ୍ତି । ଶଙ୍ଖ ହୁଳୁହୁଳିରେ ପ୍ରକମ୍ପିତ ହୋଇ ଉଠୁଛି ପରିବେଶ । ସମସ୍ତେ ଏକାଠି ହୋଇଛନ୍ତି, ଆଉ ଦୂରତା ରଖିବା ତ ଦୂର କଥା ଉତ୍ସବର ବେଶ୍ ମଜା ନେଉଥିବା ଦେଖିବାକୁ ମିଳିଛି । ଏହା ହେଉଛି ତାଙ୍କ ପରମ୍ପରା । ପ୍ରତିବର୍ଷ ମେଘ ନହେଲେ ଇନ୍ଦ୍ର ଦେବଙ୍କୁ ଖୁସି କରିବାକ କୁଆଡେ ଏହି ଆଦିବାସୀ ମାନେ ଏମିତି ରୀତିନୀତିର ସହକାରେ ବେଙ୍ଗବେଙ୍ଗୁଲୀ ବାହାଘର କରିଥାନ୍ତି । ଆଉ ଏବେ ଏହି ବେଙ୍ଗ ବାହାଘର ପୁରା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ..

Leave A Reply

Your email address will not be published.