Latest Odisha News

BREAKING NEWS

ଏପ୍ରିଲରୁ କାରର ଆଗ ଯାତ୍ରୀଙ୍କ ଲାଗି ଏୟାର୍ ବ୍ୟାଗ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କାରର ଆଗ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ଏୟାର ବ୍ୟାଗ । ଏପ୍ରିଲ ପହିଲାରୁ ମାର୍କେଟକୁ ଆସିବାକୁ ଥିବା ସମସ୍ତ କାର୍ ମଡେଲରେ ଆଗରେ ବସୁଥିବା ଯାତ୍ରୀଙ୍କ ଲାଗି ଏୟାର ବ୍ୟାଗ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ପୁରୁଣା କାର ଅତିରିକ୍ତ ଭାବେ ଆଗ ଯାତ୍ରୀଙ୍କ ଲାଗି ଏୟାର ବ୍ୟାଗ୍ ଚଳିତ ବର୍ଷ ଅଗଷ୍ଟ ୩୧ ସୁଦ୍ଧା ଲଗାଇବେ ।

ସୁରକ୍ଷା ଦୃଷ୍ଟିରୁ କାରର ଆଗରେ ବସୁଥିବା ଯାତ୍ରୀଙ୍କ ଲାଗି ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି । ଏନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ସୂଚନା ଦେଇଛି । ସୁରକ୍ଷା ବ୍ୟବସ୍ଥା ସହ ସୁପ୍ରିମକୋର୍ଟଙ୍କ ରୋଡ୍ ସେଫ୍ଟି କମିଟି ପରାମର୍ଶ ଆଧାରରେ ଏହାକୁ ବାଧ୍ୟତାମୂଳକ କରାଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ନିକଟରେ ଏନେଇ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ସୂଚନା ଦେଇଥିଲେ । ୨୦୧୯ ଜୁଲାଇ ୧ରୁ ଡ୍ରାଇଭରଙ୍କ ଲାଗି ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରାଯାଇଥିଲା । ତେବେ, ଡ୍ରାଇଭର ଲାଗି ଗୋଟିଏ ଏୟାର ବ୍ୟାଗ୍ ଥିବାରୁ ଦୁର୍ଘଟଣା ଘଟିଲେ ପାର୍ଶ୍ୱରେ ବସିଥିବା ସହଯାତ୍ରୀ ମୃତାହତ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଆଗ ଯାତ୍ରୀଙ୍କ ଲାଗି ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରିଛି ।

Leave A Reply

Your email address will not be published.