Latest Odisha News

BREAKING NEWS

କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ବି ହେଉଛି କରୋନା, ଡାକ୍ତର ପଜିଟିଭ୍

ରାଉରକେଲା: କୋଭିଡ୍ ଟିକାର ଦୁଇ ଦୁଇଟି ଡୋଜ୍ ନେବା ପରେ ବି ହେଉଛି କରୋନା । କୋଭିଡ୍ ସଂକ୍ରମିତ ହେଲେ କରୋନା ଟିକାର ୨ ଡୋଜ୍ ନେଇଥିବା ଡାକ୍ତର । ସୂଚନା ଅନୁସାରେ ରାଉରକେଲା ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଜୈନିକ ବରିଷ୍ଠ ଅସ୍ଥାୟୀ ଡାକ୍ତର କୋଭିଡ୍ ସଂକ୍ରମିତ ହୋଇଛନ୍ତି । ୭୧ ବର୍ଷୀୟ ଡାକ୍ତର ଜଣଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଥିଲା ।

ଡାକ୍ତର ଜଣଙ୍କ ପ୍ରଥମ ଡୋଜ୍ ଟିକା ଜାନୁଆରୀ ୧୬ ତାରିଖରେ ନେଇଥିଲେ । ଟିକା ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଫେବ୍ରୁଆରୀ ୧୫ ତାରିଖରେ ନେଇଥିଲେ ଡାକ୍ତର । ତେବେ, ମାର୍ଚ୍ଚ ୩ରେ ତାଙ୍କର କଫ୍ ହୋଇଥିଲା । କୋଭିଡ୍ ପରୀକ୍ଷା ପରେ ଜଣାପଡ଼ିଥିଲା ସେ କରୋନା ସଂକ୍ରମିତ । ଉଭୟ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଓ ଆରଟି-ପିସିଆର୍ ଟେଷ୍ଟର ଡାକ୍ତରଙ୍କ ନମୁନା ପଜିଟିଭ୍ ଆସିଛି ।

ଡାକ୍ତରଙ୍କ ଶୁଖିଲା କଫ୍ ପଡ଼ୁଥିଲା । ବୟସାଧିକ ଯୋଗୁଁ ଏହା ହାର୍ଟ ସମସ୍ୟାର ଲକ୍ଷଣ ହୋଇପାରେ । ଅନ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତର ତାଙ୍କର କୋଭିଡ୍ ପରୀକ୍ଷା କରାଇଥିଲେ । ଯାହାର ରିପୋର୍ଟ ପଜିଟିଭ୍ ଆସିଥିବା ସେ କହିଛନ୍ତି । ଓପିଡିରେ ରୋଗୀଙ୍କ ଭିଡ଼ ଏବଂ ଠିକ୍ ଭାବେ କରୋନା ଗାଇଡଲାଇନ୍ ଲୋକ ମାନୁନଥିବାରୁ ସଂକ୍ରମିତ ହୋଇଥିବା କହିଛନ୍ତି ଡାକ୍ତର ।

କରୋନା ସଂକ୍ରମିତ ଡାକ୍ତର ଜଣଙ୍କ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି । ତେବେ, ଡାକ୍ତର ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ କହିଛି- ୭୧ ବର୍ଷର ଇମ୍ୟୁନ୍ ସିଷ୍ଟମ ଦୁର୍ବଳ ଯୋଗୁଁ ଭ୍ୟାକ୍ସିନ୍ କାମ କରି ନଥାଇପାରେ । ତାଙ୍କ ସ୍ୱାସ୍ଥ୍ୟର ତଦାରଖ କରାଯାଉଛି । ଅନ୍ୟପଟେ ଆରଏମଆରସି ଡାକ୍ତରଙ୍କ ଆଣ୍ଟିବଡି ଟେଷ୍ଟ କରିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.