ଭୁବନେଶ୍ବର: ଏଣିକି ଆଉ ପେପର ଦେଖିବେ ନାହିଁ ବିଧାୟକ । ପେପର ଲେସ୍ ହେବ ବିଧାନସଭା । ସ୍ବାର୍ଟ ହେବେ ବିଧାୟକ । ଏବେ ପେପର ବଦଳରେ ଟ୍ୟାବରେ ପଢିବେ ବିଧାୟକ । ଏଥିପାଇଁ ବିଧାନସଭାରେ ୧୪୭ ବିଧାୟକଙ୍କ ଆସନରେ ଟ୍ୟାବ୍ ଲାଗିଛି । ଏଥର ବିଧାନସଭାରେ କୌଣସି ପ୍ରଶ୍ନୋତ୍ତର କିମ୍ବା କୌଣସି ପ୍ରସ୍ତାବ ଏବେ ଟ୍ୟାବ୍ ଦେଖି ପଢିବେ ବିଧାୟକ । ଏଥିପାଇଁ ନେଭା ତରଫରୁ ବ୍ୟବସ୍ଥା କରାଯାଇଛି ।
ଆସନ୍ତାକାଲି ଠାରୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଇଥିବା ବେଳେ ଏବେ ବିଧାନସଭାରେ ଆଉ କାଗଜ ନୁହେଁ ଟ୍ୟାବ୍ ଲଗାଯାଇଛି । ଯାହାକୁ ଏବେ ବ୍ୟବହାର କରିବେ ବିଧାୟକ ଏବଂ ବିଧାୟିକା ।
ସେପଟେଆସନ୍ତାକାଲି ଠାରୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ସବୁ ଦଳର ବିଧାୟକ ଉପସ୍ଥିତ ରହିଥିଲେ । ଗୃହକୁ କିପରି ସୁପରିଚାଳନା କରାଯିବ ସେନେଇ ଆଲୋଚନା ହୋଇଛି । ଅନ୍ୟପଟେ ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ବଜେଟ ଅଧିବେଶନରେ ଉପସ୍ଥିତ ରହିବା ପାଇଁ ଆମନ୍ତ୍ରଣ ଦେିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Comments are closed.