Latest Odisha News

BREAKING NEWS

ଚଳିତବର୍ଷ ଠାରୁ ଧାନ କୁଇଣ୍ଟାଲ ପିଛା ଏତିକି ମୂଲ୍ୟରେ ପାଇବ ଚାଷୀ…

ଅନୁଗୁଳ: ଆଜି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅନୁଗୁଳ ଗସ୍ତରେ ଆସି ଧାନ ସଂଗ୍ରହ ଉପରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଚଳିତ ବର୍ଷ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ । ଏଥିପାଇଁ ପ୍ରସ୍ତୁତି କରାଯାଉଛି । ଆଉ ଚଳିତ ବର୍ଷ ଧାନର ମୂଲ୍ୟ ୩୧୦୦ ଟଙ୍କା ପାଇବ ଚାଷୀ ।

ଏଥିପାଇଁ ଜିଲ୍ଲାର ଅନୁଗୁଳ, ଛେଣ୍ଡିପଦା ଓ ପାଲଲହଡ଼ା ବିଧାୟକ ଏହି ସମୀକ୍ଷା ବେଳେ ଉପସ୍ଥିତ ଥିବା ବେଳେ ଅନୁଗୁଳ ଜିଲ୍ଲାପାଳ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ ।

ଚଳିତବର୍ଷ ଠାରୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଚାଷୀ ମାନଙ୍କୁ ଦିଆଯିବ । ଅନୁଗୁଳ ଜିଲ୍ଲାର କୌଣସି ଚାଷୀ ଅସୁବିଧାରେ ନ ପଡି ପ୍ରକୃତ ମୂଲ୍ୟ କିଭଳି ପାଇବେ ସେଥିପାଇଁ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏଁ ଅଫିସରଙ୍କୁ ଦାୟିତ୍ୱ ଦିଆଯିବ, ଏହା ସହ ଦୁଇଟି ଜିଲ୍ଲାପାଇଁ ଜଣେ ଲେଖାଏଁ ମନ୍ତ୍ରୀ ଦାଇତ୍ୱରେ ରହି ମଣ୍ଡି ସୁପରିଚାଳନା କରିବେ ବୋଲି ସମୀକ୍ଷା ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments are closed.