Latest Odisha News

BREAKING NEWS

ହସ୍ପିଟାଲରେ ଭର୍ତ୍ତି ହେଲେ ମୋହନଲାଲ

କୋଚି: ମାଲାୟାଲମ୍ ସୁପରଷ୍ଟାର ମୋହନଲାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ମୋହନଲାଲଙ୍କୁ ଜ୍ୱର ସହ ଶ୍ୱାସକ୍ରିୟାରେ ସମସ୍ୟା ଏବଂ ମାଂସପେଶୀରେ ଯନ୍ତ୍ରଣା ଯୋଗୁ ତାଙ୍କୁ କୋଚିର ଅମୃତା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି। ପରବର୍ତ୍ତୀ ସମୟରେ…

ଅଧାରେ ରହିଗଲା ରକ୍ଷାବନ୍ଧନ ପର୍ବ; ସଡକ ଦୁର୍ଘଟଣାରେ ଗଲା ୧୦ ଜୀବନ

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବସ୍ ଓ ପିକ୍ଅପ୍ ଭ୍ୟାନ ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗାଜିଆବାଦର ଏକ କମ୍ପାନିରୁ ମ୍ୟାକ୍ସ ଗାଡିରେ ସମସ୍ତ ଲୋକ…

ଆନ୍ତର୍ଜାତୀୟ କ୍ରିକେଟରେ ୧୬ ବର୍ଷ ପୂରଣ କଲେ କୋହଲି

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ୧୬ ବର୍ଷ ପୂରଣ କରିଛନ୍ତି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ୧୨ ରନରେ ଆଉଟ ହୋଇଥିବା କୋହଲି ଏବେ କିନ୍ତୁ ନିଜ ନାମରେ ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି ।…

ଆସୁଛି ଗଣେଶ ପୂଜା; ଡିଜେ ବଦଳରେ ପାରମ୍ପାରିକ ବାଦ୍ୟକୁ ଅନୁମତି

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ବରରେ ଗଣେଶ ପୂଜାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୂର୍ତ୍ତି ଗଢ଼ା କାମ ଜୋରସୋରରେ ଚାଲିଛି। ଏହାରି ମଧ୍ଯରେ ଗଣେଶ ପୂଜାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା…

କୋଲକାତା ଲଜ୍ଜା: ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଦେଶର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରିବେ।…

ସିମ ବକ୍ସ ଆତଙ୍କୀ ଲିଙ୍କ୍: ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡ, ହୱାଲା ଜରିଆରେ ଚାଲିଥିଲା ଆର୍ଥିକ କାରବାର

ଭୁବନେଶ୍ୱର: ସିମବକ୍ସ ଜରିଆରେ ଚାଲିଥିଲା କି ଆତଙ୍କୀ କାର୍ଯ୍ୟକଳାପ ? କାହିଁକି ବ୍ୟବହାର କରାଯାଉଥିଲା ଏହି ସିମ ବକ୍ସ ? ଟେଲିଫୋନିକ କଲ୍ ଜରିଆରେ ଭାରତ ବିରୋଧୀ ଷଡ଼ଯନ୍ତ୍ର ରଚାଯାଉଥିଲା କି ? ଖୁବଶୀଘ୍ର ଖୁଲାସା ହେବ ଏଭଳି ବିଭିନ୍ନ ପ୍ରଶ୍ନର ଉତ୍ତର। କାରଣ ରାଜଧାନୀ ଭୁବନେଶ୍ୱରରୁ ସିମ୍…

ରାଜ୍ୟର ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ରବିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଜଗତସିଂହପୁର, ଖୋର୍ଦ୍ଧା (ଭୁବନେଶ୍ୱର), ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି,…

ଜୟପୁରର ବିଭିନ୍ନ ହସ୍ପିଟାଲକୁ ବୋମାରେ ଉଡାଇବାକୁ ଧମକ

ଜୟପୁର: ରାଜସ୍ଥାନ ଜୟପୁରର ଅନେକ ଡାକ୍ତରଖାନାକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ଏହାକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି। ଇମେଲ୍ ଯୋଗେ ଏହି ଧମକ ମିଳିଥିବା ନେଇ ପୋଲିସ କହିଛି। ବମ୍ ନିଷ୍କ୍ରିୟକାରୀ ସ୍କ୍ବାଡ ଟିମ୍ ଡାକ୍ତରଖାନାକୁ ପଠାଯାଇଛି। ମୋନିଲେକ୍ ହସ୍ପିଟାଲ୍ ଏବଂ…

୧୯ ବର୍ଷରୁ କମ ମହିଳା ଟି୨୦ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ମାଲେସିଆରେ ହେବାକୁ ଥିବା ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସଂସ୍କରଣ କାର୍ଯ୍ୟସୂଚୀ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ୧୮ ଜାନୁୟାରୀ ୨୦୨୫ରୁ ଏହା ଆରମ୍ଭ ହେବ ଏବଂ ଫେବୃୟାରୀ ୨ରେ ଫାଇନାଲ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ…

ଭାରତୀୟ କ୍ରିକେଟ ଟିମରେ ଆଉ ସୁଯୋଗ ପାଇ ନ ପାରନ୍ତି ଏହି ଖେଳାଳିମାନେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ସ୍ଥାନ ପାଇବା ସମସ୍ତ କ୍ରିକେଟରଙ୍କ ସ୍ୱପ୍ନ ରହିଥାଏ । ପ୍ରଦର୍ଶନ ଭିତିରେ ସେମାନେ ଏହି ସ୍ଥାନ ବଜାୟ ରଖିଥାନ୍ତି । ଅନେକ ଖେଳାଳି ସୁଯୋଗ ପାଇ ନ ଥିବା ବେଳେ ଅନ୍ୟମାନେ ଏହାକୁ ହାତଛଡା କରିଛନ୍ତି । ଆସନ୍ତୁ ନଜର ପକାଇବା ଏ ଭଳି କେତେକ କ୍ରିକେଟରଙ୍କ…