Latest Odisha News

ବିଶିଷ୍ଟ ଭାଷାବିତ୍ ପ୍ରଫୁଲ୍ଲ ତ୍ରିପାଠୀ ପାଇଲେ ଓଡ଼ିଆ ଅସ୍ମିତା ସମ୍ମାନ- ୨୦୨୪

ଭୁବନେଶ୍ୱର : ‘ଆମ ଓଡ଼ିଶା’ ଅନୁଷ୍ଠାନର ୨୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜୁଲାଇ ୧୭ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିରର ନୂତନ ସଭାଗାରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବରିଷ୍ଠ ଭାଷାବିତ୍ ତଥା ସାହିତ୍ୟିକ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କୁ ଓଡ଼ିଶା ଅସ୍ମିତା ସମ୍ମାନ -୨୦୨୪ ପ୍ରଦାନ…

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିଯୋଗିତା 

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ରେ ଉପଲକ୍ଷେ ବିଭିନ୍ନ ଜିଲ୍ଲାରେ ଏକାଡେମୀ ପକ୍ଷରୁ ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ନେଇ…

କିଛି ସମୟ ପରେ ବସିବ ମନ୍ତ୍ରୀପରିଷଦ ବୈଠକ, ଚିଠା ବଜେଟକୁ ମିଳିବ ଅନୁମୋଦନ

ଭୁବନେଶ୍ୱର: କିଛି ସମୟ ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀପରିଷଦ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ସକାଳ ୧୦ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ। ଆସନ୍ତା ୨୨ ତାରିଖରୁ ବଜେଟ ଅଧିବେଶନ ଥିବାରୁ ଚିଠା ବଜେଟକୁ…

ଏତେ ସହଜ ନୁହେଁ ଅଲିମ୍ପିକ ଆୟୋଜନ କରିବା, କୋଟି କୋଟି ଡଲାରର କ୍ଷତି ସହିବାକୁ ପଡେ

ବିଶ୍ୱର କ୍ରୀଡା ମହାକୁମ୍ଭ ଆୟୋଜନ କରିବା ଓ ଏଥିରେ ଅଂଶଗ୍ରହଣ କରି ପଦକ ଜିତିବା ସମସ୍ତ ଦେଶ ଆଶା କରିଥାନ୍ତି । ଭାରତ ଏବେ ଏହି ସ୍ୱପ୍ନ ଦେଖିବା ଆରମ୍ଭ କରିଛି । ତେବେ ଅଲିମ୍ପିକ୍ସ ଆୟୋଜନ କରିବା ଏତେଟା ସହଜ କଥା ନୁହେଁ । କାଁ ଭାଁ ବ୍ୟତୀକ୍ରମ ବ୍ୟତୀତ ଅଲିମ୍ପିକ୍ସ ୧୮୯୬ରୁ ୪ ବର୍ଷ…

ସର୍ବକାଳୀନ ମହାନ ଅଲିମ୍ପିକ କିମ୍ବଦନ୍ତୀ

ଅଲିମ୍ପିକ୍ସ ଇତିହାସରେ ଅନେକ ମହାନ କ୍ରୀଡାବିତ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି । ଜିତିଛନ୍ତି ଏକାଧିକ ପଦକ । ସୃଷ୍ଟି କରିଛନ୍ତି ନୂଆ ରେକର୍ଡ । ଅଲିମ୍ପିକ୍ସର ସର୍ବକାଳୀନ ମହାନ କ୍ରୀଡାବିତଙ୍କ କୃତିତ୍ୱ ଅବିସ୍ମରଣୀୟ । ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲ୍ପସ୍ ଅଲିମ୍ପିକ୍ସ ସନ୍ତରଣରେ…

ବିଶ୍ୱର ପ୍ରଥମ ସହର ଯେଉଁଠି ଆମିଷ ଖାଦ୍ୟ ବେଆଇନ୍ 

ଭାବନଗର: ଗୁଜରାଟର ଏକ ଛୋଟ ସହର ପଲିତାନା । ଭାବନଗର ଜିଲ୍ଲାରେ ଥିବା ପଲିତାନା ସହର ଏବେ ଇତିହାସ ସୃଷ୍ଟି କରିଛି । ବିଶ୍ୱର ପ୍ରଥମ ସହର ହୋଇଛି ପଲିତାନା, ଯେଉଁଠି ଆମିଷ ଖାଦ୍ୟକୁ ବେଆଇନ୍ ଘୋଷଣା କରାଯାଇଛି । ଏକ ଐତିହାସିକ ନିଷ୍ପତ୍ତି ଦ୍ୱାରା ପଲିତାନାରେ ମାଂସ ପାଇଁ ପଶୁପକ୍ଷୀ ହତ୍ୟା,…

ରାଜ୍ୟ ଯୋଜନା ବୋର୍ଡକୁ ଭଙ୍ଗ କଲେ ମୋହନ ସରକାର

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡକୁ ଭଙ୍ଗ କରିଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନା ବୋର୍ଡଙ୍କୁ ଭଙ୍ଗ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତିରେ ଏହା କୁହାଯାଇଛି। ରାଜ୍ୟରେ ଭାରତୀୟ ଜନତା…

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହେଲେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ

ଭୁବନେଶ୍ୱର: କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଅରିନ୍ଦମ ଡାକୁଆ ଓଡ଼ିଶା କ୍ୟାଡରର ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର। ସେହିପରି ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଓଡ଼ିଶା ସମେତ ୬ଟି ରାଜ୍ୟକୁ ସ୍ୱତନ୍ତ୍ର ଅର୍ଥନୈତିକ ଅନୁଦାନ ଦେବାକୁ ବିଚାର କରିପାରନ୍ତି କେନ୍ଦ୍ର ସରକାର

ଭୁବନେଶ୍ୱର: ବିକାଶ ସୂଚକାଙ୍କରେ ପଛରେ ପଡ଼ିଥିବା ପ୍ରାୟ ୬ଟି ରାଜ୍ୟକୁ ସ୍ୱତନ୍ତ୍ର ଅର୍ଥନୈତିକ ଅନୁଦାନ ଦେବାକୁ ବିଚାର କରିପାରନ୍ତି କେନ୍ଦ୍ର ସରକାର । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଚାଲିଥିବା ବେଳେ କେନ୍ଦ୍ରର ଏନଡିଏ ସରକାର ବଜେଟ ବେଳେ ଏପରି ଏକ ଘୋଷଣା କରିପାରେ। ଜାତୀୟ ଗଣମାଧ୍ୟମରେ…

ଲକ୍ଷ୍ନୌ ଏବଂ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ, ବଦଳିବେ କି ୟୁପିର ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ରାଜନୈତିକ ହଟଚମଟ । ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଛି। ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଖରାପ ପ୍ରଦର୍ଶନ ଯୋଗୁଁ ରାଜ୍ୟରେ ଦଳ ଅନେକ ପରିବର୍ତ୍ତନ କରିପାରେ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ କାର୍ଯ୍ୟକାରିଣୀ ବୈଠକ…