Latest Odisha News

BREAKING NEWS

ପଦ୍ମଶ୍ରୀ ମାଗୁଣି ଚରଣଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । 'ଏକ୍ସ' ଆକାଉଣ୍ଟରେ ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲାର ଗୁରୁ ମାଗୁଣି କୁଅଁରଙ୍କର ଓଡିଶାର…

କୋଣାର୍କରେ ମତଦାନ ବେଳେ ୨ ଗୋଷ୍ଠୀ ହାତାହାତି

ପୁରୀ: ଓଡିଶାରେ ଜାରି ରହିଛି ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଏହାରି ଭିତରେ କିଛି ସ୍ଥାନରେ  ମତଦାନ ବେଳେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । କୋଣାର୍କରେ ମତଦାନ ବେଳେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଏଥିରେ ଜଣେ ଆହତ ହୋଇଥିବା ସୂଚନା ରହିଛି । ଗୋପ ବ୍ଲକ ୪୧ ନମ୍ବର ବୁଥ୍‌ରେ ୨…

ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓଙ୍କ ଆକସ୍ମିକ ମୃତ୍ୟୁ

ଯାଜପୁର: ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓଙ୍କ ଆକସ୍ମିକ ମୃତ୍ୟୁ । ବିଏଲଓ ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍‌ରେ ଘଟିଛି ଏଭଳି ଅଘଟଣ । ସୁଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଝାରପୁରର ଓଳେଇଚନ୍ଦନପୁର ୧୫୭ନଂ ବୁଥରେ  ଡ୍ୟୁଟି…

ରାଜ୍ୟରେ ସୁରୁଖୁରୁରେ ଚାଲିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଆଜି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଭୋଟ୍ ଦେଇ ନିଜର ମତ ସାବ୍ୟସ୍ତ କରୁଛନ୍ତି ଓଡିଶାବାସୀ । ତେବେ ରାଜ୍ୟରେ ସୁରୁଖୁରୁରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସେ କହିଛନ୍ତି, ସେ କହିଛନ୍ତି, ୬…

ଓଡ଼ିଶା ଦେଉଛି ଭୋଟ୍: ସକାଳ ୧୧ ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ

ଭୁବନେଶ୍ବର: ଓଡ଼ିଶା ଦେଉଛି ଭୋଟ୍ । ଆଜି ରାଜ୍ୟରେ ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ସକାଳ ୧୧ ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ ହୋଇଛି । ଏହାରି ଭିତରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୨୨.୩୯ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ସେହିପରି ଭଦ୍ରକରେ ୧୯.୪୬…

ଭୋଟ୍ ଦେଲେ ପ୍ରତାପ ଷଡଙ୍ଗୀ,କହିଲେ ଗଣତନ୍ତ୍ରରେ ରାଜାର ପୁଅ ରାଜା ହୋଇ ନଥାଏ

ବାଲେଶ୍ବର: ଭୋଟ୍ ଦେଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ  । ନିଜ ଘରେ ପୂଜାର୍ଚ୍ଚନା ପରେ ଭୋଟ ଦେଲେ ପ୍ରତାପ ଷଡଙ୍ଗୀ  । ସାଇକେଲରେ ଆସି ନିଜ ଗାଁ ବାଲେଶ୍ବର ଜିଲ୍ଲାର ଧୋବଶଳ ବୁଥ୍ ରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେ କହିଛନ୍ତି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ…

ଭୋଟ୍ ଦେବା ସମୟରେ ଅଘଟଣ, ଚାଲିଗଲା ବୃଦ୍ଧଙ୍କ ଜୀବନ

ବାଲେଶ୍ବର: ଭୋଟ୍ ଦେବାକୁ ଆସିଥିଲେ ଚାଲିଗଲା ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରିରେ । ଭୋଟ୍ ଦେବାକୁ ଆସି ବୁଥ୍ ରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ,ଭୋଟ୍ ଦେବାକୁ ଆସି  ବୁଥ୍ ରେ ଟଳିପଡିଥିଲେ ବୃଦ୍ଧ । ନୀଳଗିରି ଈଶ୍ବରପୁର ୧୫୯ ନଂ…

ରାଜ୍ୟରେ ସକାଳ ୯ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୭.୬୯ ପ୍ରତିଶତ ମତଦାନ

ଭୁବନେଶ୍ବର: ଭୋଟ ଦେଉଛି ଓଡିଶା । ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ। ସକାଳ ୯ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୭.୬୯ ପ୍ରତିଶତ ମତଦାନ । ଏହାରି ଭିତରେ ଜଗତସିଂହପୁର ୮.୫୪% ଭୋଟିଂ ଗ୍ରହଣ କରି ସବୁଠୁ ଆଗରେ ରହିଛି । ସେହିପରି ବାଲେଶ୍ବରରେ ୭.୪୬%, ଭଦ୍ରକ ୭.୭୯%, ଯାଜପୁର ୭.୭୪% , ଓ…

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ,ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହେଲା ଟ୍ରାକ୍‌ କାମ

ବଲାଙ୍ଗୀର: ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । କଣ୍ଟାବାଞ୍ଜି ଷ୍ଟେସନ ନିକଟରେ ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା । ଫଳରେ  ୪ଟି ବଗି ଲାଇନଚ୍ୟୁତ ହୋଇଥିଲା । ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ…

ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ

ପୁରୀ: ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ । ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଭୋର୍ ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ  ଘଟଣା ସ୍ଥଳରେ ପହଁଞ୍ଚି ନିଆଁ ଆୟତ୍ତ କରିଛି । କୌଣସି…